ଆରପାରିରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ପାତ୍ର । ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଦିଗପହଣ୍ଡି ବିଧାୟକ ।

346

କନକ ବ୍ୟୁରୋ: ଆରପାରିରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଶନିବାର ସନ୍ଧ୍ୟାରେ ୭୫ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି ।

ଓଡିଶା ରାଜନୀତିର ଏହି ଭେଟେରାନ୍ ନେତା ଲଗାତାର ୭ ଥରର ବିଧାୟକ ରହିଥିଲେ । ୧୯୯୦ ମସିହାରୁ ଆଜି ପର୍ଯ୍ୟନ୍ତ ସେ ବିଧାନସଭାର ସଦସ୍ୟ ଥିଲେ । ୧୯୯୦ ମସିହାରେ ସେ ମୋହନାରୁ ପ୍ରଥମ ଥର ପାଇଁ ନିର୍ବାଚିତ ହେଇ ବିଧାୟକ ହେଇଥିଲେ । ମୋହନାରୁ ୪ ଥର ଏବଂ ଦିଗପହଣ୍ଡିରୁ ୩ ଥର ସେ ବିଧାୟକ ଭାବେ ନିର୍ବାଚିତ ହେଇଥିଲେ । ତେବେ ରାଜ୍ୟ ସରକାରରେ ସେ ବିଭିନ୍ନ ପଦବୀରେ ମନ୍ତ୍ରୀ ରହିଥିଲେ । ହେଲେ ଆଜି ସନ୍ଧ୍ୟାରେ ତାଙ୍କର ଦେହାନ୍ତ ଘଟିଛି ।

ସୂର୍ଯ୍ୟ ନାରାୟଣ ପାତ୍ର

  • ୧୯୪୮ ମସିହା ଡିସେମ୍ବର ୨୪ ତାରିଖରେ ଜନ୍ମ
  • ୧୯୯୦ ମସିହାରେ ପ୍ରଥମ ଥର ବିଧାୟକ
  • ମୋହନାରୁ ଜନତା ଦଳ ଟିକେଟରେ ପ୍ରଥମ ଥର ବିଧାୟକ
  • ଲଗାତାର ୪ ଥର ମୋହନାରୁ ବିଧାୟକ ଥିଲେ ସୂର୍ଯ୍ୟ ପାତ୍ର
  • ୨୦୦୯ ମସିହାରୁ ଦିଗପହଣ୍ଡିରୁ ନିର୍ବାଚିତ ହେଉଥିଲେ ସୂର୍ଯ୍ୟ ପାତ୍ର
  • ସରକାରଙ୍କ ବିଭିନ୍ନ ବିଭାଗରେ ମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଥିଲେ
  • ଓଡିଶା ବିଧାନସଭାର ବାଚସ୍ପତି ମଧ୍ୟ ରହିଥିଲେ ସୂର୍ଯ୍ୟ ପାତ୍ର
  • ଚିକିତ୍ସାଧୀନ ଅବସ୍ଥାରେ ସେପ୍ଟେମ୍ବର ୨୩, ୨୦୨୩ରେ ବିୟୋଗ