ଚନ୍ଦ୍ରପୃଷ୍ଠରୁ ଆସିଲା ନୂଆ ଫଟୋ । ପ୍ରଜ୍ଞାନର ଗତିପଥ ନେଇ ତଥ୍ୟ ଦେଲା ଇସ୍ରୋ

244

କନକ ବ୍ୟୁରୋ : ଚନ୍ଦ୍ରପୃଷ୍ଠରୁ ଆସିଲା ନୂଆ ଫଟୋ । ଚନ୍ଦ୍ରପୃଷ୍ଠରେ ରୋଭର ପ୍ରଜ୍ଞାନର ଗତିପଥ ନେଇ ତଥ୍ୟ ଦେଇଛି ଇସ୍ରୋ । ଜହ୍ନ କୋଳରେ ପାଖାପାଖି ଶହେ ମିଟର ବୁଲିସାରିଲାଣି ରୋଭର ପ୍ରଜ୍ଞାନ । ଏବେବି ଜାରି ରହିଛି ତଥ୍ୟ ସଂଗ୍ରହ । ଏନେଇ ଟ୍ୱିଟ କରି ସୂଚନା ଦେଇଛି ଇସ୍ରୋ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ଜାରି କରାଯାଇଥିବା ଏହି ଫଟୋରେ ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ କେଉଁ କେଉଁ ଆଡେ ଗତି କରିଛି ତାହା ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି ।