ଆଦିତ୍ୟ ଏଲ ୱାନର ସଫଳ ଲଂଚ ପଛରେ ଭାବବିହ୍ୱଳ ହେଲେ ପ୍ରୋଜେକ୍ଟ ଡାଇରେକ୍ଟର ନିଗାର ସାଜି । କହିଲେ, ଦୀର୍ଘଦିନ ସ୍ୱପ୍ନ ପୂରା ପରେ ମିଳିଛି ଆତ୍ମ ସନ୍ତୋଷ

78

କନକ ବ୍ୟୁରୋ : ସଫଳତାର କଥା କହୁ କହୁ କଣ୍ଠ ବାଷ୍ପରୁଦ୍ଧ ହୋଇଯାଇଛି । ଖୁସି ଓ ସଫଳତା ଯେବେ ଏକାଠି ଆସେ ସେହି ସମୟର ଦୃଶ୍ୟ ଦେଖିଲେ ଆଖିରେ ଲୁହ ଆସିଥାଏ । ଦୀର୍ଘଦିନର ପରିଶ୍ରମ ଯେବେ ସଫଳତାର ରାସ୍ତାର ଚାଲିବା ଆରମ୍ଭ କରେ ସେହି ସମୟରେ ଆଖି ଭିଜିଯାଏ, କଣ୍ଠ ବାଷ୍ପରୁଦ୍ଧ ହୋଇଯାଏ । ସେପ୍ଟେମ୍ବର ୨ ତାରିଖରେ ଭାରତର ଆରମ୍ଭ କରିଛି ସୂର୍ଯ୍ୟ ଅଭିଯାନ । ଦିନ ୧୧ଟା ୫୦ ମିନିଟରେ ଶ୍ରୀହରିକୋଟା ସତୀଶ ଧାୱନ ସ୍ପେଶ ସେଂଟରରୁ ଆଦିତ୍ୟ ଏଲ ୱାନକୁ ପ୍ରେରଣ କରିଛି ଇସ୍ରୋ । ଆଦିତ୍ୟ ଏଲ-ୱାନକୁ ନେଇ ମହାକାଶକୁ ଯାଇଛି ପିଏସଏଲଭି-ଏକ୍ସଏଲ ରକେଟ୍ । କିଭଳି ଥିଲା ମିସନ ପଛର ପରିଶ୍ରମ?କ’ଣ ରହିଛି ମିସନକୁ ନେଇ ସ୍ୱପ୍ନ? ଏସବୁ କଥା କହୁ କହୁ ଭାବବିହ୍ୱଳ ହୋଇପଡିଥିଲେ ଆଦିତ୍ୟ ଏଲୱାନ୍ ପ୍ରୋଜେକ୍ଟ ଡିରେକ୍ଟର ନିଗାର ସାଜି ।

ନିଗାର ସାଜି: ମିସନ ସୂର୍ଯ୍ୟ ପଛର ମହିଳା ଶକ୍ତି
-‘ଆଦିତ୍ୟ ଏଲ୧’ର ପ୍ରୋଜେକ୍ଟର ଡିରେକ୍ଟର ନିଗାର ସାଜି
-ତାମିଲନାଡ଼ୁ ତନକାଶୀ ଜିଲ୍ଲାର ସେଗୋଂଟାଇ ସହରରେ ଜନ୍ମିତ
-ନିଗାର ସାଜିଙ୍କ ବାପା ଜଣେ କୃଷକ ଓ ମା ଗୃହିଣୀ
-ସରକାରୀ ବିଦ୍ୟାଳୟ ଓ କଲେଜରେ ଅଧ୍ୟୟନ କରିଥିଲେ
-ମଦୁରାଇ କାମରାଜ ବିଶ୍ୱବିଦ୍ୟାଳୟରେ ଇଲେକ୍ଟ୍ରୋନିକ୍ସ ଓ ଯୋଗାଯୋଗରେ ଇଂଜିନିୟର ଡିଗ୍ରୀ ହାସଲ କରିଥିଲେ
-ରାଂଚିର ବିଆଇଟିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ
-୧୯୮୭ ମସିହାରେ ଇସ୍ରୋରେ ଯୋଗ ଦେଇଥିଲେ
-ପରେ ବେଙ୍ଗାଲୁରୁର ୟୁଆର ରାଓ ସାଟେଲାଇଟ ସେଂଟରକୁ ସ୍ଥାନାନ୍ତର ହୋଇଥିଲେ ।
-ଦୀର୍ଘଦିନ ଧରି ବରିଷ୍ଠ ବୈଜ୍ଞାନିକଭାବେ ବିଭିନ୍ନ ପ୍ରୋଜେକ୍ଟରେ କାମ କରିବା ପରେ ‘ଆଦିତ୍ୟ ଏଲ-୧’ରେ ତାଙ୍କୁ ଦାୟିତ୍ୱ ମିଳିଥିଲା ।

ଆଦିତ୍ୟ ଏଲୱାନର ସଫଳାକୁ ନେଇ ନିଗାର କହିଛନ୍ତି –ଏହା ତାଙ୍କର ଅନ୍ୟତମ ଡ୍ରିମ ପ୍ରୋଜେକ୍ଟ ଥିଲା । ପ୍ରତିସ୍ତରରେ ଚ୍ୟାଲେଂଜ ରୁହେ କିନ୍ତୁ କୌଣସି କାମ ଅସମ୍ଭବ ନୁହେଁ । କୌଣସି କାମ ଆରମ୍ଭ କରିବା ପୂର୍ବରୁ ମଜବୁତ ଲକ୍ଷ୍ୟ ଚୟନ କରିବା ଜରୁରୀ । ବିଶ୍ୱାସର କାମ କଲେ ସଫଳତା ନିଶ୍ଚୟ ମିଳେ ।

ନିଗାର ସାଜିଙ୍କ ସ୍ୱାମୀ ଦୁବାଇରେ ମେକାନିକାଲ ଇଂଜିନିୟର ଭାବେ କାମ କରୁଥିବାଳେ ନିଗାର ଦୁଇଟ ସନ୍ତାନଙ୍କ ମା । ଭାରତୀୟ ରିମୋଟ ସେନ୍ସିଂ, ଯୋଗାଯୋଗା ଓ ପ୍ଲାନେଟୋରି ଉପଗ୍ରହ ଡିଜାଇନ କରିବା ସହ ନ୍ୟାସନାଲ ରିସୋର୍ସ ମନିଟରି ଏବଂ ପରିଚାଳନା ପାଇଁ କାମ କରିଛନ୍ତି ।