ରାହୁଲ ଗାନ୍ଧୀଙ୍କ ଲୋକସଭା ସଭ୍ୟ ପଦ ରଦ୍ଦ ପରେ ରାଜ୍ୟ କଂଗ୍ରେସର ସର୍ବଦଳୀୟ ବୈଠକ, ଆସନ୍ତାକାଲି ରାଜଭବନ ଚଲୋ କାର୍ଯ୍ୟକ୍ରମ

125

କନକ ବ୍ୟୁରୋ: ରାହୁଲ ଗାନ୍ଧୀଙ୍କ ଲୋକସଭା ସଭ୍ୟ ପଦ ରଦ୍ଦ ପ୍ରତିବାଦରେ ରାଜ୍ୟ କଂଗ୍ରେସର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସଭାପତିତ୍ୱରେ ବସିଥିବା ଏହି ବୈଠକରେ ଗଭୀର ଉଦବେଗ ପ୍ରକାଶ କରାଯାଇଥିଲା । ଏପରି ଅଗଣତାନ୍ତ୍ରିକ ଘଟଣାର ପ୍ରତିବାଦ କରିବା ନେଇ ନିଷ୍ପତ୍ତିି ହୋଇଛି । ଆସନ୍ତାକାଲି ରାଜଭବନ ଚଲୋ କାର୍ଯ୍ୟକ୍ରମ କରାଯିବା ପାଇଁ ସ୍ଥିର ହୋଇଛି । ଏହି ଘଟଣା ବିରୋଧରେ ବିରୋଧୀ ଦଳ ମାନେ ରାସ୍ତାକୁ ଓହ୍ଲାଇବା ସହ ଆନ୍ଦୋଳନକୁ ତୀବ୍ର କରିବେ ବୋଲି ନିଷ୍ପତି ନିଆଯାଇଛି । ବୈଠକରେ କଂଗ୍ରେସ ସମେତ ସିପିଆଇଏମ୍, ସିପିଆଇଏମ୍ଏଲ୍ ଫରୱାର୍ଡ ବ୍ଲକ, ଏନ୍ସିପି, ଆମ ଆଦମୀ ପାର୍ଟି, ସମୃଦ୍ଧ ଓଡ଼ିଶା ଦଳର ପ୍ରତିନିଧି ଯୋଗଦେଇଥିଲେ ।