ସହର ଭିତରେ ବୁଲୁଛନ୍ତି ହାତୀପଲ । ଝାରସୁଗୁଡା ମୁଙ୍ଗାପଡା ଓ ମଙ୍ଗଳ ବଜାରରେ ଆତଙ୍କ ।

95

କନକ ବ୍ୟୁରୋ: ସହର ଭିତରେ ବୁଲୁଛନ୍ତିି ହାତୀପଲ । ଝାରସୁଗୁଡା ସହରରେ ବିଳମ୍ବିତ ରାତିରେ ହାତୀପଲ ବୁଲୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ରାତି ପ୍ରାୟ ଗୋଟାଏ ବେଳେ ହାତୀପଲ ଝାରସୁଗୁଡା ସହରର ମୁଙ୍ଗାପଡା ଅଞ୍ଚଳରେ ପ୍ରବେଶ କରିବା ପରେ ମଙ୍ଗଳ ବଜାର ଅଞ୍ଚଳରେ ଯାଉଥିବା ଦେଖିବାକୁ ମିଳିଛି । ଝାରସୁଗୁଡା ପୋଲିସ ଓ ସ୍ଥାନୀୟ ଲୋକେ ଏନେଇ ବନବିଭାଗକୁ ଅବଗତ କରିବା ପରେ ହାତୀ ପଲକୁ ଘଉଡାଇ ଦିଆଯାଇଛି । ଏହି ହାତୀପଲ ଏବେ ଭୁର୍କାମୁଣ୍ଡା ଜଙ୍ଗଲରେ ଥିବା ସୂଚନା ମିଳିଛି ।