ଗୁଜରାଟ ତଟରେ ସୁରକ୍ଷା ଏଜେନ୍ସିଂକୁ ବଡ ସଫଳତା । ୬୦୨ କୋଟି ଟଙ୍କାର ଡ୍ରଗ୍ସ ଜବତ । ୧୪ ପାକିସ୍ତାନୀ ନାଗରିକ ଗିରଫ ।

132

କନକ ବ୍ୟୁରୋ: ଗୁଜରାଟ ତଟରେ ଏଟିଏସ୍ ଏବଂ ଏନସିବିର ବଡ ଅପରେସନ୍ । ଜବତ ହେଲା ୮୬ କିଲୋଗ୍ରାମ ଡ୍ରଗ୍ସ । ଜବତ ହେଇଥିବା ଏହି ଡ୍ରଗ୍ସର ମୂଲ୍ୟ ପାଖାପାଖି ୬୦୨ କୋଟି ବୋଲି ଅନୁମାନ କରାଯାଉଛି । ଏଟିଏସ୍ ଏବଂ ଏନସିବିର ଏହି ମିଳିତ କାର୍ଯ୍ୟାନୁଷ୍ଠାନରେ ୧୪ ଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯାଇଛି ।

ଅପରେସନ୍ ସମୟରେ ଗିରଫଦାରୀରୁ ବଞ୍ଚିବା ପାଇଁ ପାକିସ୍ତାନୀ ନାଗରିକମାନେ ଏଟିଏସ୍ ଅଧିକାରୀଙ୍କ ଉପରେ ନିଜର ଡଙ୍ଗାକୁ ଚଢାଇ ମାରିବାକୁ ଉଦ୍ୟମ କରିଥିଲେ । ତେଣୁ ସେମାନଙ୍କୁ ଜବାବ୍ ଦେବାକୁ ପୋଲିସ୍ ଫାୟାରିଂ କରିଥିଲା । ଏହାପରେ ସନ୍ଦିଗ୍ଧମାନେ ପୋଲିସ ହାତରେ ଧରାପଡିଥିଲେ । ସୁରକ୍ଷା ଏଜେନ୍ସିମାନେ ଦୁଇ ଦିନ ଧରି ଅନ୍ତରାଷ୍ଟ୍ରୀୟ ସୀମାରେ ଏହି ଅଭିଯାନ ଚଳାଇଥିଲେ, ଆଉ ଶେଷରେ ସେମାନଙ୍କୁ ସଫଳତା ମିଳିଛି । ଇଣ୍ଡିଆନ୍ କୋଷ୍ଟ ଗାର୍ଡ ବିଶେଷ ସୂତ୍ରରୁ ଏନେଇ ସୂଚନା ପାଇଥିଲା, ଏହାପରେ ଏହାକୁ ରୋକିବାକୁ ସ୍ୱତନ୍ତ୍ର ଅଭିଯାନ ଚଳାଇଥିଲା । ଏହାପରେ ୧୪ ପାକିସ୍ତାନୀ ନାଗରିକଙ୍କ ସହିତ ୬୦୨ କୋଟି ଟଙ୍କାର ଡ୍ରଗ୍ସ ଜବତ ହେଇଛି ।