ଆଜି ମହିଳା ପ୍ରିମିୟର ଲିଗ୍ ଫାଇନାଲ । ଟ୍ରଫି ପାଇଁ ଲଢେଇ କରିବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ

143

କନକ ବ୍ୟୁରୋ: ଶେଷ ପର୍ଯ୍ୟାୟରେ ପହଞ୍ଚିଛି ମହିଳା ପ୍ରିମିୟର ଲିଗ୍ । ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯିବ । ପଏଣ୍ଟ ଟେବୁଲର ଶୀର୍ଷରେ ରହି ପ୍ରଥମରୁ ଫାଇନାଲରେ ପ୍ରବେଶ କରିସାରିଥିଲା ଦିଲ୍ଲୀ । ସେହିପରି ୟୁପି ୱାରିଅର୍ସକୁ ଏଲିମିନେଟ୍ କରି ଫାଇନାଲକୁ ଯାଇଛି ମୁମ୍ବାଇ । ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ହରମନପ୍ରୀତ କୌରଙ୍କ ପ୍ରଦର୍ଶନ ଏବେ ବି ଚିନ୍ତାଜନକ ରହିଛି । ପ୍ରତିଯୋଗିତା ଆରମ୍ଭୁ ତିନିଟି ଅର୍ଦ୍ଧଶତକ କରିଥିବା ହରମନପ୍ରୀତ ଗତ ୪ଟି ମ୍ୟାଚ୍ରେ ଭଲ ପ୍ରଦର୍ଶନ କରିପାରିନାହାନ୍ତି । ଏଲିମିନେଟର ମ୍ୟାଚ୍ରେ ନାଟ୍ ଶ୍ଚିଭର ବ୍ରଂଟଙ୍କ ବିସ୍ଫୋରକ ୭୨ ରନ୍ ଦଳକୁ ଫାଇନାଲରେ ପହଞ୍ଚାଇଥିଲା । ଏହା ଉପରେ ଦିଲ୍ଲୀ ଅଧିନାୟକ ମେଗ୍ ଲାନିଂ ମଧ୍ୟ ଧ୍ୟାନ ଦେବେ ।

ତେବେ ଫାଇନାଲ ମୁକାବିଲା ଜିତିବାକୁ ଚେଷ୍ଟା କରିବେ ଉଭୟ ଦଳ । ଫାଇନାଲ ଜିତି ମହିଳା ଆଇପିଏଲର ପ୍ରଥମ ସଂସ୍କରଣର ଟ୍ରଫି ଜିତି ଇତିହାସ ରଚିବା ଲକ୍ଷ୍ୟରେ ରହିଛନ୍ତି ଉଭୟ ଦିଲ୍ଲୀ ଓ ମୁମ୍ବାଇ ଦଳ ।