ରିଲାଏନ୍ସ ଜିଓଫୋନ ୟୁଜର୍ସଙ୍କ ପାଇଁ ବଡ ଖବର ! ଏଣିକି ୩ ନୁହେଁ ବରଂ ବର୍ଷକ ମଧ୍ୟରେ ବି ଫେରସ୍ତ କରି ପାରିବେ ମୋବାଇଲ, ମିଳିବ ୫୦୦ଟଙ୍କା

52

ରିଲାଏନ୍ସ ଜିଓଫୋନ ୟୁଜର୍ସ ଯଦି ଗୋଟିଏ ବର୍ଷରେ ୧,୫୦୦ଟଙ୍କା ରିଚାର୍ଜ କରନ୍ତୁ ତେବେ ତାଙ୍କୁ ଫୋନ ବାବଦକୁ ପୂର୍ବରୁ ଦେଇଥିବା ଜମା ରାଶିକୁ ଖୁବ୍ ଶୀଘ୍ର ଫେରିପାଇବେ । ଯାହାର ସୂଚନା ଜିଓ ଚ୍ୟାନେଲ ପାର୍ଟନରଙ୍କ ତରଫରୁ ମିଳିଛି । ଯଦି କୌଣସି ଗ୍ରାହକ ଗୋଟିଏ ବର୍ଷରେ ୧,୫୦୦ଟଙ୍କାର ରିଚାର୍ଜ କରନ୍ତି ତେବେ ତାଙ୍କୁ ଗୋଟିଏ ବର୍ଷ ପରେ ୫୦୦ଟଙ୍କାର ରାଶି ଫେରସ୍ତ ମିଳିବ ।

ଚ୍ୟାନେଲ୍ ପାର୍ଟନରଙ୍କ ସୂଚନା ମୁତାବକ, ଯଦି ୟୁଜର ଦ୍ୱିତୀୟ ବର୍ଷରେ ଫୋନଟିକୁ ଫେରସ୍ତ କରିବାକୁ ଇଚ୍ଛା କରନ୍ତି ତେବେ ତାଙ୍କୁ ୧,୦୦୦ଟଙ୍କାର ରାଶି ରିଫଣ୍ଡ କରାଯିବ । ସେହିପରି ତୃତୀୟ ବର୍ଷ ଫୋନଟିକୁ ଫେରସ୍ତ କରିବା ଉପରେ ସଂପୂର୍ଣ୍ଣ ୧,୫୦୦ଟଙ୍କାର ରାଶି ଫେରସ୍ତ କରିଦିଆଯିବ । ଏଠାରେ ଆମେ କହି ରଖୁଛୁ କି, ରିଲାଏନ୍ସ ଇଣ୍ଡଷ୍ଟିର ଚେୟାରମ୍ୟାନ ତଥା ମ୍ୟାନେଜିଂ ଡିରେକ୍ଟର ମୁକେଶ ଅମ୍ବାନୀ ଗତ ୨୧ ଜୁଲାଇରେ ୪ଜି ଫିଚର ଫୋନ ଲଂଚ କରିଥିଲେ । ଯାହାର ମୂଲ୍ୟ ଥିଲା ଶୁନ୍ୟ । ଅର୍ଥାତ୍ ଅମ୍ବାନୀଙ୍କ ସୂଚନା ମୁତାବକ, ଏହି ଫୋନଟିକୁ କିଣିବା ପାଇଁ ଗ୍ରାହକଙ୍କୁ ୧,୫୦୦ଟଙ୍କାର ରିଫଣ୍ଡେବୁଲ ରାଶି ଦେବାକୁ ପଡିବ । ଯାହାକୁ ତିନି ବର୍ଷ ପରେ ଗ୍ରାହକଙ୍କୁ ଫେରସ୍ତ କରିଦିଆଯିବ ।

ଚ୍ୟାନେଲ ପାର୍ଟନରଙ୍କ କହିବା ଅନୁସାରେ, ଯଦି ଗୋଟିଏ ବର୍ଷରେ ୧୫,୦୦ ଟଙ୍କାର ରିଚାର୍ଜ କରନ୍ତି ତେବେ ଏହା କଂପାନୀର ୧୫୩ଟଙ୍କା ପ୍ରତି ମାସିକ ପ୍ଲାନ (ଏହି ପ୍ଲାନ ଜିଓଫୋନ ସହିତ ଲଂଚ କରାଯାଇଥିଲା) ଠାରୁ ବି କମରେ ସମ୍ଭବ ଅଟେ । ତେବେ ୧,୫୦୦ଟଙ୍କାର ରିଚାର୍ଜ କରାଉଥିବା ସର୍ତ୍ତ ସେତେବେଳେ ବି ପୁରଣ ହୋଇପାରିବ ଯଦି ୟୁଜର୍ସ ୧୨୫ଟଙ୍କାର ପ୍ରତି ମାସ ହିସାବରେ କରୁଥିବେ କିମ୍ବା ପୁଣି ଥରେ ୧,୫୦୦ଟଙ୍କାର ରିଚାର୍ଜ କରିଦିଅନ୍ତି ।

ବର୍ତ୍ତମାନ ଦେଖିବାକୁ ଗଲେ ଏହି ରାଶି ସେହି ରିଚାର୍ଜଗୁଡିକଠାରୁ ବି କମ ଅଟେ ଯାହା ୨ଜି ୟୁଜର୍ସ ବ୍ୟବହାର କରିଥାନ୍ତି । ୨ଜି ୟୁଜର୍ସ ଗୋଟିଏ ମାସରେ ୧୫୦ଟଙ୍କାର ରିଚାର୍ଜ କରିଥାନ୍ତି । ତେବେ ଏହି ପ୍ରଶ୍ନ ଚ୍ୟାନେଲ ପାର୍ଟନର କଂପାନୀକୁ କରିଛି, ଯାହାର ଉତ୍ତର ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ ।

ସୌଜନ୍ୟ- ଦୈନିକ ଜାଗରଣ