ଜାଣନ୍ତୁ , କେଉଁ ୧୪ଟି ସେବା ? ଯାହାର ବଢାଯାଇନି ଆଧାର ଲିଙ୍କ୍ ଡେଡଲାଇନ୍

46

କେନ୍ଦ୍ର ସରକାର ଗତ ୮ ତାରିଖରେ ପାନ ସହ ଆଧାର ଲିଙ୍କ୍ କରିବାର ସମୟସୀମାକୁ ବଢାଇ ଦେଇଛନ୍ତି । କିନ୍ତୁ ବାକି ସେବାଗୁଡିକୁ ଆଧାର ସହ ସଂଯୋଗ କରିବାର ଡେଡଲାଇନରେ କୌଣସି ବି ପରିବର୍ତ୍ତନ ଆଣିନାହାଁନ୍ତି । ୟୁଆଇଡି ବିଭିନ୍ନ ସେବା ଏବଂ ଯୋଜନାକୁ ଆଧାର ସହିତ ଲିଙ୍କ କରିବାର ତାରିଖରେ କୌଣସି ପ୍ରକାରର ପରିବର୍ତ୍ତନ କରାଯାଇନାହିଁ କହିବା ସହ ଏକ ପ୍ରେସ୍ ରିଲିଜ୍ ମଧ୍ୟ ଜାରି କରିଛି । ଯେଉଁଥିରେ ଲୋକମାନଙ୍କର ଭ୍ରମ ଦୂର ହୋଇଯିବ କି ସମସ୍ତ ସ୍କିମଗୁଡିକର ଡେଡଲାଇନ୍ ବଢାଯାଇନାହିଁ ।

ୟୁଆଇଡିଏଆଇ ଦ୍ୱାରା ଜାରି ହୋଇଥିବା ଏହି ପ୍ରେସ ରିଲିଜରେ ଦର୍ଶାଯାଇଛି କି, ଆଧାର ନିୟମ ଲାଗୁ ରହିଛି ଏବଂ ବିଭିନ୍ନ ଜନହୀତକର ଯୋଜନା, ବ୍ୟାଙ୍କ ଖାତା, ପାନକାର୍ଡ ଏବଂ ସିମ୍ କାର୍ଡ ଆଦିକୁ ସଂକ୍ରିୟ କରିବାକୁ ହେଲେ ଆଧାର ସଂଯୋଗ କରିବାର ସମସ୍ତ ସୂଚନା ବୈଧ ଏବଂ ଆଇନସମ୍ମତ ଅଟେ ।

ତେଣୁ ଆଜି ଆମେ ଏଠାରେ ବିଭିନ୍ନ ସେବା ଏବଂ ସେବାଗୁଡିକୁ ଆଧାର ସହିତ ଲିଙ୍କ କରିବାର ସମୟସୀମା ଜଣାଇବା ସହିତ ଉକ୍ତ ମନ୍ତ୍ରାଳୟ ସଂପର୍କରେ ମଧ୍ୟ ଜଣାଇବୁ ଯାହାର ୱେବସାଇଟକୁ ଯାଇ ଆପଣ ଏହି ଆଧାର ଲିଙ୍କ କରିପାରିବେ । ତେବେ ଆସନ୍ତୁ ଜାଣିବା ସେ ସଂପର୍କରେ ।

ଆଧାର-ପାନ କାର୍ଡ ଲିଙ୍କ- ୩୧ ମାର୍ଚ୍ଚ, ୨୦୧୮

ବିଭାଗ- ଅର୍ଥ ମନ୍ତ୍ରାଳୟ

ଆଧାର-ମୋବାଇଲ୍ ନମ୍ବର ଲିଙ୍କ- ୬ ଫେବୃଆରୀ,୨୦୧୮

ବିଭାଗ- ଅର୍ଥ ମନ୍ତ୍ରାଳୟ

ଆଧାର-ମ୍ୟୁଚୁଆଲ ଫଣ୍ଡ ଲିଙ୍କ- ୩୧ ଡିସେମ୍ବର,୨୦୧୭

ବିଭାଗ-ଅର୍ଥ ମନ୍ତ୍ରାଳୟ

ଆଧାର-ବ୍ୟାଙ୍କ ଖାତା ଲିଙ୍କ- ୩୧ ଡିସେମ୍ବର,୨୦୧୭

ବିଭାଗ- ଅର୍ଥ ମନ୍ତ୍ରାଳୟ

ଆଧାର- ଇନସ୍ୟୁରାନ୍ସ ପଲିସି ଲିଙ୍କ- ୩୧ ଡିସେମ୍ବର, ୨୦୧୭

ବିଭାଗ- ଅର୍ଥ ମନ୍ତ୍ରାଳୟ

ଆଧାର-ଡିମେଂଟ ଆକାଉଂଟ ଲିଙ୍କ- ୩୧ ଡିସେମ୍ବର, ୨୦୧

ବିଭାଗ- ଅର୍ଥ ମନ୍ତ୍ରାଳୟ

ଆଧାର-କ୍ରେଡିଟ୍ କାର୍ଡ ଲିଙ୍କ ୩୧ ଡିସେମ୍ବର, ୨୦୧୭

ବିଭାଗ- ଅର୍ଥ ମନ୍ତ୍ରାଳୟ

ଆଧାର-ନ୍ୟାସନାଲ ସେଭିଂ ସାର୍ଟିଫିକେଟ୍ ଆକାଉଂଟ ଲିଙ୍କ- ୩୧ ଡିସେମ୍ବର, ୨୦୧୭

ବିଭାଗ- ଅର୍ଥ ମନ୍ତ୍ରାଳୟ

ଆଧାର-ପିପିଏଫ ଆକାଉଂଟ ଲିଙ୍କ- ୩୧ ଡିସେମ୍ବର,୨୦୧୭

ବିଭାଗ- ଅର୍ଥ ମନ୍ତ୍ରାଳୟ

ଆଧାର-କିଷାନ ବିକାଶ ପତ୍ର ଆକାଉଂଟ ଲିଙ୍କ-୩୧ ଡିସେମ୍ବର, ୨୦୧୭

ବିଭାଗ- ଅର୍ଥ ମନ୍ତ୍ରାଳୟ

ଆଧାର-କଲେଜ ଏବଂ ୟୁନିଭର୍ସିଟି ଷ୍ଟୁଡେଂଟ୍ସଙ୍କ ପାଇଁ ସେଂଟ୍ରାଲ୍ ସେକ୍ଟର ସ୍କଲାର୍ସିପ ଲିଙ୍କ-୩୧ ଡିସେମ୍ବର, ୨୦୧୭

ବିଭାଗ- ଏଚିଡିଆରଡି ମନ୍ତ୍ରାଳୟ

ଆଧାର-ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଆଧାରରେ ସବସିଡ୍ ଲିଙ୍କ- ୩୧ ଡିସେମ୍ବର, ୨୦୧୭

ବିଭାଗ- ପେଟ୍ରୋଲିୟମ ଏବଂ ପ୍ରାକୃତିତ ଗ୍ୟାସ ମନ୍ତ୍ରାଳୟ

ଆଧାର- ଇମ୍ପଲାଇଜ ପେନସନ ସ୍ମିମ ଲିଙ୍କ- ୩୧ ଡିସେମ୍ବର, ୨୦୧୭

ବିଭାଗ- ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟ

ଆଧାର- ଫସଲ ବୀମା ଯୋଜନା ଲିଙ୍କ- ୩୧ ଡିସେମ୍ବର, ୨୦୧୭

ବିଭାଗ-କୃଷି ଏବଂ ଚାଷୀ କଲ୍ୟାଣ ମନ୍ତ୍ରାଳୟ