ପ୍ରତିଦିନ ସକାଳୁ ପିଅନ୍ତୁ ଲେମ୍ବୁପାଣି ! ମିଳିବ ଅନେକ ଉପକାର ।

41

ଲେମ୍ବୁ ଏବଂ ଥଣ୍ଡା ପାଣିର ସଂପର୍କ ବହୁ ପୁରୁଣା । ଅନେକ ବ୍ୟକ୍ତି ସକାଳୁ ସକାଳୁ ଥଣ୍ଡାପାଣିରେ ଲେମ୍ବୁ ମିଶାଇ ପିଇବାକୁ ପସନ୍ଦ କରନ୍ତି । ତେଣୁ ସମସ୍ତେ ଏହା ସହିତ ଖୁବ ପରିଚିତ । ଜାଣନ୍ତି ଲେମ୍ବୁପାଣି ପିଇବା ଦ୍ୱାରା ମୋଟା ଲୋକମାନେ ନିଜର ମୋଟାପଣ କମାଇପାରିବେ । କିନ୍ତୁ ଏହାକୁ ଏକା ସାଙ୍ଗରେ କିମ୍ବା ଗୋଟିଏ ଦିନରେ ୪ରୁ ୫ ଗ୍ଲାସ ପିଇବା ଦ୍ୱାରା ଲାଭଦାୟକ ହୋଇ ନଥାଏ । ତେଣୁ ଏହାକୁ ନେଇ କିଛି ଧ୍ୟାନ ରଖିବା ଆବଶ୍ୟକ ।

ଲେମ୍ବୁରେ ପ୍ରଚୁର ପରିମାଣରେ ଭିଟଟାମିନ ସି ରହିଥାଏ । ଯାହାକୁ ଅଧିକ ଖାଇବା ଦ୍ୱାରା ହାର୍ଟ ବର୍ଣ୍ଣ ହୋଇଥାଏ । ଯଦି ଆପଣ ଅମ୍ଳ ପ୍ରତି ସମ୍ବେଦନଶୀଳ ତେବେ ଲେମ୍ବୁପାଣି ପିଅନ୍ତୁ ନାହିଁ । ଲେମ୍ବୁପାଣି ଦାନ୍ତ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ । ଲେଂବୁ ଅମ୍ଳ ପ୍ରାକୃତିକ ଶର୍କରାକୁ ହ୍ରାସ କରିପାରେ, ଯେଉଁଥିରେ ଦାନ୍ତକୁ କ୍ଷତି ପହଂଚି ଥାଏ । ତେଣୁ ଏହାକୁ ପିଇବା ଦ୍ୱାରା ଦାନ୍ତର ଶମ୍ବେଦନଶୀଳତା ବଢିପାରେ ।

ଏଥିରେ ଭିଟାମିନ ସି ଭରପୂର ମାତ୍ରାରେ ରହିଥାଏ, ଯାହା ଆମ ଶରୀରକୁ ପୋଷକ ତତ୍ତ୍ୱ ଯୋଗାଇଥାଏ । କିନ୍ତୁ ଏହାକୁ ଅଧିକ ପିଇବା ଦ୍ୱାରା ସ୍ୱାସ୍ଥ୍ୟ ଖରାପ ହୋଇଥାଏ । ଏହା କେତେକଙ୍କ ପାକସ୍ଥଳୀ ଉପରେ ଖରାପ ପ୍ରଭାବ ପକାଇଥାଏ ଯାହାଦ୍ୱାରା ପେଟରେ ବିଭିନ୍ନ ଅସୁବିଧା ହୋଇଥାଏ ।ଅଧିକ ଲେମ୍ବୁପାଣି ପିଇବା ଦ୍ୱାରା ବିଭିନ୍ନ ସମୟରେ ନିର୍ଜଳୀକରଣ ହୋଇଥାଏ,ଯାହାଦ୍ୱାରା ପରିସ୍ରାପୋଡ଼ା ଭଳି ସମସ୍ୟା ଦେଖା ଯାଇଥାଏ । ତେଣୁ ଶରୀରରେ ଜଳର ମାତ୍ରାକୁ ବଢାଇବା ଦରକାର ।

କେତେକ କ୍ଷେତ୍ରରେ ମାଇଗ୍ରେନ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ । ଏହାର କାରଣ ଖଟ୍ଟା ଫଳରେ ଟାଇରାମିନ ରହିଥାଏ, ଯାହା ମାଇଗ୍ରେନ ସମସ୍ୟା ସୃଷ୍ଟି କରିଥାଏ । ଯେହେତୁ ଭିଟାମିନ ସି ଆମ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ତେଣୁ ଏହାକୁ କମ ପରିମାଣର ଗ୍ରହଣ କରିବା ଦରକାର ।

କେବେ କେବେ ପାଟିରେ ଘା ହୋଇଥାଏ । ତେଣୁ ଅମ୍ଳୀୟ ଖାଦ୍ୟ ଖାଇବା ଦ୍ୱାରା ଏକ ପ୍ରକାର ଏଲର୍ଜି ହୋଇଥାଏ, ତେବେ ଏହାଠାରୁ ଦୂରେଇ ରହିବା ନିହାତି ଆବଶ୍ୟକ । ହେମୋକ୍ରୋମ୍ୟାଟୋସିସ ରୋଗରେ ପୀଡ଼ିତ ହୋଇଥିବା ବ୍ୟକ୍ତି ଏହି ପ୍ରକ୍ରିୟା ଠାରୁ ଦୂରେଇ ରହିବା ଆବଶ୍ୟକ । କାରଣ ଏହା ଶରୀରର ଅତିରିକ୍ତ ଲୌହ ସାମଗ୍ରୀକୁ ସଂଗୃହୀତ କରିଥାଏ,ଯାହା ଶରୀରକୁ କ୍ଷତି ପହଂଚାଇଥାଏ ।