ପାହାଡ ଚାଲିଲେ ଜିଲ୍ଲାପାଳ । ନୂଆପଡା ସମାଟପଦର ଗାଁରେ ପହଂଚି ଲୋକଙ୍କ ଦୁଃଖ ଶୁଣିଲେ ଡକ୍ଟର ପୋମା ଟୁଡୁ ।

63

କନକ ବ୍ୟୁରୋ : ପାହାଡ ଚାଲିଲେ ଜିଲ୍ଲାପାଳ । କିଛି ବାଟ ନୁହେଁ ବରଂ ୪ କିଲୋମିଟର ପାହାଡ ଚଢିଲେ ଜିଲ୍ଲାପାଳ । ହାତରେ ଲାଠି ଧରି ୪ କିଲୋମିଟର ପାହାଡ ଚଢି ଆଦିବାସୀ ଗାଁରେ ପହଂଚିଥିଲେ ନୂଆପଡା ଜିଲ୍ଲାପାଳ ଡକ୍ଟର ପୋମା ଟୁଡୁ । ରବିବାର ସକାଳେ ସମାଟପଦର ଗାଁରେ ପହଂଚି ଲୋକଙ୍କ ଦୁଃଖ ଶୁଣିଛନ୍ତି ଜିଲ୍ଲାପାଳ ।

ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ବୃଷଭ ଚନ୍ଦ୍ର ନାୟକଙ୍କୁ ସାଙ୍ଗରେ ନେଇ ଲୋକଙ୍କ ଦୁଃଖ ଶୁଣିବା ପାଉଁ ବାହାରିଥିଲେ ପୋମା ଟୁଡୁ । ଜିଲ୍ଲା ସଦରମହୁକମା ଠାରୁ ପ୍ରାୟ ୯୦ କିଲୋମିଟର ଏହି ଗାଁରେ ପହଂଚି ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା ବାବଦରେ ଆଲୋଚନା କରିଥିଲେ । ତେବେ ଲୋକେ ଜିଲ୍ଲାପାଳଙ୍କୁ ପ୍ରଥମେ ଚିହ୍ନିପାରିନଥିଲେ । ପରେ ଜିଲ୍ଲାପାଳ ତାଙ୍କ ପରିଚୟ ଜଣାଇବା ପରେ ଲୋକେ ତାଙ୍କର ଭୂରିଭୂରି ପ୍ରଶଂସା କରିଥିଲେ ।