କିଏ ଏହି ଦିନେଶ କେ. ତ୍ରିପାଠୀ । ଯାହାଙ୍କୁ ମିଳିଲା ୨୬ ତମ ନୌସେନା ମୁଖ୍ୟପଦ, ଯୁଦ୍ଧ ବିଶେଷଜ୍ଞ ଭାବେ ବି ବେଶ୍ ପରିଚିତ

605

କନକ ବ୍ୟୁରୋ : ଯୁଦ୍ଧ ବିଶେଷଜ୍ଞ ଦିନେଶ କେ, ତ୍ରିପାଠୀଙ୍କୁ ମଙ୍ଗଳବାର ଦିନ ଦେଶର ୨୬ ତମ ନୌସେନା ମୁଖ୍ୟ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ହରି କୁମାରଙ୍କ ଅବସରରେ ପରେ ଦିନେଶ କେ,ତ୍ରିପାଠୀଙ୍କୁ ଏହି ପଦରେ ଅବସ୍ଥାପିତ କରାଯାଇଛି ।

ଆଡମିରାଲ ଦିନେଶ କେ. ତ୍ରିପାଠୀ ଏହା ପୂର୍ବରୁ ଭାରତୀୟ ନୌସେନାର ଉପ-ପ୍ରମୁଖ ଭାବେ ଦାୟିତ୍ୱ ସମ୍ଭାଳୁଥିଲେ । ପଦଭାର ସମ୍ଭାଳିବା ପୂର୍ବରୁ ଆଡମିରାଲ ଦିନେଶ ତ୍ରିପାଠୀ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ନିକଟକୁ ଯାଇ ସହିଦମାନଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ତାଙ୍କ ଦିଲ୍ଲୀର ସାଉଥ୍ ବ୍ଲକ ତରଫରୁ ମଧ୍ୟ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି ।

ଆଡମିରାଲ ଦିନେଶ ତ୍ରିପାଠୀ ୧୯୬୪ ମସିହା ମେ’୧୫ ତାରିଖରେ ମଧ୍ୟପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ । ସେ ତାଙ୍କର ସ୍କୁଲ ଶିକ୍ଷା ରିବା ଠାରେ ଥିବା ସୈନିକ ସ୍କୁଲରେ ସମାପ୍ତ କରିଥିଲେ । ସେ ୧୯୮୫ ମସିହାରେ ଭାରତୀୟ ନୌସେନାରେ ଯୋଗ ଦେଇଥିଲେ । ସେ ଭାରତୀୟ ନୌସେନାର ଜାହାଜ ବିନାଏ କିର୍ଚ୍ଚ ଓ ତ୍ରିଶୁଳର କମାଣ ମଧ୍ୟ ସମ୍ଭାଳିଥିଲେ ।

ନୌସେନାର ଉପ-ପ୍ରମୁଖ ପଦ ସମ୍ଭାଳିବା ପୂର୍ବରୁ ସେ ପଶ୍ଚିମ ନୌସେନାର ମୁଖ୍ୟ କମାଣ୍ଡିଂ ଅଫିସର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେ ଭାରତୀୟ ନୌସେନାର ଅତି ବିଶିଷ୍ଠ ସେବା ପଦକ ଏବିଏସଏମ ଓ ନୌସେନା ପଦକ ମଧ୍ୟ ପାଇଛନ୍ତି ।