ସୋହେଲଙ୍କ ମୃତ୍ୟୁ ସୃଷ୍ଟି କଲା ନୂଆ ପ୍ରଶ୍ନ । ନଦୀରେ ସନ୍ତରଣ ପ୍ରଶିକ୍ଷଣ କେତେଦୂର ଠିକ୍?

141

କନକ ବ୍ୟୁୁରୋ: ଭେଣ୍ଡିଆ ପୁଅକୁ ହରାଇବା ପରେ ମାଆର ପାଦତଳୁ ମାଟି ଖସିଯାଇଛି । ଯେଉଁ ପୁଅ ପାଇଁ ପରିବାର ଅଜସ୍ର ସ୍ୱପ୍ନ ଦେଖିଥିଲେ ସେ ଯେ ଅଧାବାଟରେ ଏମିତି ଛାଡି ଚାଲିଯିବ ତାକୁ କେହି ହଠାତ୍ ବିଶ୍ୱାସ କରିପାରୁନାହାନ୍ତି । ସନ୍ତରଣ ତାଲିମ ବେଳେ ମହାନଦୀରେ ବୁଡି ପ୍ରାଣ ହରାଇଥିବା ସୋହେଲଙ୍କ ମୃତ ଶରୀର ଦେଖି ସମସ୍ତେ ନିର୍ବାକ ହୋଇଯାଇଛନ୍ତି । ପରିବାର ଲୋକେ ଭାଙ୍ଗିପଡିଥିବାବେଳେ ସାଙ୍ଗମାନେ କୋହ ସମ୍ଭାଳି ପାରିନାହାନ୍ତି ।

ସୋହେଲ ନିଜ ଇଚ୍ଛାରେ ପହଁରା ଶିଖୁଥିଲେ । କୁହାଯାଉଛି, ନଦୀରେ ବୁଡିଯିବା ଜାଣିବା ପରେ ଖବର ପାଇ ଓଡ୍ରାଫ ଟିମ ଆସିଥିଲା । କିନ୍ତୁ ଓଡ୍ରାଫର ଉପକରଣ ଠିକ ଭାବେ କାମ କରିନଥିଲା । ଏହାପରେ ନଦୀରେ ସନ୍ତରଣ ତାଲିମ କେତେଦୂର ଠିକ ସେ ନେଇ ପ୍ରଶ୍ନ ଉଠିଛି ।

  • ନଦୀରେ ସନ୍ତରଣ ପ୍ରଶିକ୍ଷଣ କେତେଦୂର ଠିକ୍?
  • ପହଁରା ଶିଖିବାବେଳେ କ’ଣ କରିବା ଉଚିତ ?

ସୋହେଲ ଯୁକ୍ତ ଦୁଇରେ ପାଠ ପଢିବା ସହ ସନ୍ତରଣ ଓ ଖେଳକୁଦରେ ପାରଙ୍ଗମ ଥିଲେ । ଅନେକ ରାଜ୍ୟ ଓ ଜାତୀୟସ୍ତରୀୟ ପ୍ରତିଯୋଗିତାରେ କୃତିତ୍ୱ ହାସଲ ବି କରିଥିଲେ । ଘରେ ଏବେ ବି ସାଇତା ହୋଇଛି ସୋହେଲଙ୍କ ମେଡାଲ ଓ ସାର୍ଟିଫିକେଟ । ବିଶେଷଜ୍ଞଙ୍କ କହିବା ଅନୁସାରେ,

  • ନଦୀରେ ସୁଇମିଂ ଶିକ୍ଷା ଆଦୌ ଠିକ୍ ନୁହେଁ
  • ସୁଇମିଂ ପୁଲରେ ଗଭୀରତା ୩ ଫୁଟରୁ ୧୮ ଫୁଟ ହେବା ଦରକାର
  • ପାଣି ଭିତର ସଫା ଦେଖାଯିବା ଦରାକର, ଯାହାଦ୍ୱାରା ସନ୍ତରଣକାରୀଙ୍କୁ ସ୍ପଷ୍ଟ ଦେଖାଯାଇପାରିବ
  • ପହଁରା ଶିଖିବାବେଳେ ଲାଇଫ ଜ୍ୟାକେଟ ପିନ୍ଧିବା ବାଧ୍ୟତାମୂଳକ କରାଯିବା ଦରକାର
  • ପହଁରା ଶିକ୍ଷା ଶେଷ ହେବା ଯାଏଁ ଟ୍ରେନର ଓ ଲାଇଫଗାର୍ଡ ଉପସ୍ଥିତ ରହିବା ଦରକାର
  • ଦକ୍ଷ ତାଲିମପ୍ରାପ୍ତ ଟ୍ରେନର ହିଁ ସନ୍ତରଣ ଶିକ୍ଷା ଦେବା ଦରକାର
  • ବିନା ପଞ୍ଜୀକରଣରେ କୌଣସି ଅନୁଷ୍ଠାନ ସନ୍ତରଣ ଶିକ୍ଷା ଦେବା ଉଚିତ ନୁହେଁ
  • ସନ୍ତରଣ ଶିକ୍ଷା ପାଇଁ ସ୍ୱତନ୍ତ୍ର ବାର୍ଥ ଜୋନ ରହିବା ଦରକାର

ସୋହେଲ ଖାନ ରବିବାର ଦିନ ସନ୍ତରଣ ଶିଖୁଥିବାବେଳେ ସୁରକ୍ଷାକୁ ଆଦୌ ଗୁରୁତ୍ୱ ଦିଆଯାଇନଥିଲା । ଅଭିଜ୍ଞ ଟ୍ରେନର ବି ନଥିଲେ । ଲାଇଫ ଜ୍ୟାକେଟ ବି ସେ ପିନ୍ଧିନଥିଲେ , ଯାହାକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।