୭୨ବର୍ଷ ବୟସରେ ପାଦ ଥାପିଲେ ସାଉଥ ମେଗା ଷ୍ଟାର ରଜନୀକାନ୍ତ । ଚେନ୍ନାଇସ୍ଥିତ ବାସଭବନରେ ଦେଖିବାକୁ ମିଳିଲା ରଜନୀ ପ୍ରଶଂସକଙ୍କ ଅସମ୍ଭବ ଭିଡ

281

କନକ ବ୍ୟୁରୋ : ୭୨ ବର୍ଷରେ ପାଦ ଦେଲେ ସାଉଥ ସୁପରଷ୍ଟାର ରଜନୀକାନ୍ତ । ଜନ୍ମଦିନ ଅବସରରେ ତାଙ୍କୁ ଚାରିଆଡୁ ଅଗଣିତ ଫ୍ୟାନ୍ସ ଶୁଭେଚ୍ଛା ଜଣାଇଛନ୍ତି । ଚେନ୍ନାଇରେ ଥିବା ରଜନୀଙ୍କ ଘର ବାହାରେ ଗତକାଲି ମଧ୍ୟ ରାତ୍ରରୁ ପ୍ରଶଂସକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ନିଜ ପ୍ରିୟ ଅଭିନେତାଙ୍କ ପାଇଁ କିଏ ବାଣ ଫୁଟାଇତ ପୁଣି କିଏ କେକ କାଟି ଜନ୍ମଦିନର ଶୁଭେଚ୍ଛା ଜଣାଇଛି । ୧୯୫୦ ମସିହା ଆଜିର ଦିନରେ ବେଙ୍ଗାଲୁରୁ ଏକ ମରାଠୀ ପରିବାରରେ ସେ ଜନ୍ମ ହୋଇଥିଲେ ।

ଗରିବ ପରିବାରରେ ଜନ୍ମହୋଇଥିଲେ ବି ନିଜ କଠିନ ପରିଶ୍ରମ ବଳରେ ଆଜି ଟଲିଉଡ ଜଗତର ସୁପରଷ୍ଟାର ଭାବେ ପରିଚିତ ହୋଇପାରିଛନ୍ତି । ଦୀର୍ଘ ୪ ଦଶକରୁ ଅଧିକ ସମୟ ହେଲା ସିନେମା ଜଗତରେ ରାଜ୍ କରୁଛନ୍ତି ରଜନୀକାନ୍ତ । ଫିଲ୍ମରେ ଦମଦାର ଅଭିନୟ କରିବା ସାଙ୍ଗକୁ ବାସ୍ତବ ଜୀବନରେ ବି ସେ ଅନେକ ଲୋକଙ୍କୁ ସାହାର୍ଯ୍ୟ କରିଛନ୍ତି । ଏଥିପାଇଁ ସାଉଥରେ ଲୋକେ ତାଙ୍କୁ ଥଲାଇବା ବା ଭଗବାନ ବୋଲି କହିଥାନ୍ତି ।