ମାହାଙ୍ଗାରେ ବିଜେପିର ମିଶ୍ରଣ ପର୍ବ ! ଦଳରେ ଯୋଗ ଦେଲେ ଶାରଦା ପ୍ରଧାନ

37

କନକ ବ୍ୟୁରୋ : ମାହାଙ୍ଗାରେ ଅନୁଷ୍ଠିତ ହୋଇଛି ବିଜେପିର ମିଶ୍ରଣ ପର୍ବ । ହଜାର ହଜାର ସମର୍ଥକଙ୍କ ସହ ଦଳରେ ଯୋଗ ଦେଇଛନ୍ତି ଶାରଦା ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ଶାରଦା । ୨୦୧୪ ନିର୍ବାଚନରେ ମାହାଙ୍ଗା ନିର୍ବାଚନ ମଣ୍ଡଳିରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ ଶାରଦା । ଶାରଦାଙ୍କ ମିଶ୍ରଣ ଫଳରେ ମାହାଙ୍ଗାରେ ବିଜେପିର ଶକ୍ତି ବୃଦ୍ଧି ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହି ମିଶ୍ରଣ ପର୍ବରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର । ମାହାଙ୍ଗା ସଭାସ୍ଥଳରୁ ଟଙ୍କିକଆ ଟାଉଳକୁ ନେଇ ହିସାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । କହିଛନ୍ତି ରାଜନୈତିକ ଫାଇଦାକୁ ଦେଖି ହିତାଧୀକାରୀ ଚୟନ କରୁଛନ୍ତି ରାଜ୍ୟ ସରକାର