ଆଜିଠୁ ଖୋଲିବ ସ୍କୁଲ : ୧୧ ଦିନିଆ ଖରା ଛୁଟି ପରେ ପୁଣି ଆରମ୍ଭ ହେବ କ୍ଲାସ ରୁମ୍ ପାଠପଢା

238

କନକ ବ୍ୟୁରୋ : ଆଜିଠୁ ଖୋଲିବ ସ୍କୁଲ । ୧୧ ଦିନିଆ ଖରା ଛୁଟି ପରେ ପୁଣି ଥରେ ଛାତ୍ରଛାତ୍ରୀଙ୍କ କ୍ଲାସ ରୁମ୍ ପାଠପଢା ଆରମ୍ଭ ହେବ । ପୂର୍ବ ପରି ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢା ହେବ । ଶିକ୍ଷକ ଶିକ୍ଷୟିତ୍ରୀ ୯ଟା ୩୦ ସୁଦ୍ଧା ସ୍କୁଲରେ ପହଂଚିବେ । ଅପରାହ୍ଣ ୪ଟା ୩୦ ଯାଏଁ ସ୍କୁଲରେ ଉପସ୍ଥିତ ରହିବେ । ସ୍କୁଲ ଖୋଲିବା ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି ।

୨୦୨୨-୨୩ ଶିକ୍ଷାବର୍ଷ ଯେପରି ଠିକ୍ ଭାବେ ପରିଚାଳିତ ହୋଇପାରିବ, ସେନେଇ ପ୍ରଧାନଶିକ୍ଷକଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଆଜି ପ୍ରଥମ ଦିନରେ ପ୍ରଧାନ ଶିକ୍ଷକମାନେ ସମସ୍ତ ଶିକ୍ଷକଙ୍କ ସହ ବୈଠକ କରି ଟାଇମ୍ ଟେବୁଲ, ଲେସନ୍ ନୋଟ୍ ଆଦି ପ୍ରସ୍ତୁତ କରିବେ । ପିଲାଙ୍କ ପଢା ଓ ପରୀକ୍ଷା ଶେଷ ହୋଇନଥିବାରୁ ଠିକ୍ ସମୟରେ ପିଲାଙ୍କ ପାଠ ପଢା ସାରି ପରୀକ୍ଷା କରିବା ପାଇଁ ବିଭାଗ ପଦକ୍ଷେପ ନେଇଛି । ସ୍କୁଲ ସହ କଲେଜ ଓ ବିଶ୍ୱବିଦ୍ୟାଳୟ ମଧ୍ୟ ଆଜିଠାରୁ ଖୋଲିବ ।