୪ ଦିନ ପରେ ମିଳିଲା ନିଖୋଜ ନାବାଳକଙ୍କ ମୃତଦେହ : ନିଶା କାରବାରକୁ ବିରୋଧ କରିବାରୁ ହତ୍ୟା କରାଯାଇଥିବା ସନ୍ଦେହ

122

କନକ ବ୍ୟୁରୋ : ଭୁବନେଶ୍ୱର ନୀଳାଦ୍ରିବାହର ଅଞ୍ଚଳର ନିଖୋଜ ନାବାଳକଙ୍କ ମୃତଦେହ ଉଦ୍ଧାର । ୪ ଦିନ ପରେ ଏକ ଡ୍ରେନରୁ ମୃତଦେହ ଉଦ୍ଧାର କରାଯାଇଛି । ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ନିଶା କାରବାରକୁ ବିରୋଧ କରିବାରୁ ହତ୍ୟା କରାଯାଇଥିବା କୁହାଯାଉଛି । ବଡ଼ ଭାଇ ଉପରେ ରାଗର ପ୍ରତିଶୋଧ ନେବାକୁ ଯାଇ ନାବାଳକ ସାନ ଭାଇକୁ ଟେକି ନେଇ ଜଙ୍ଗଲ ଭିତରେ ନିର୍ମମ ଭାବେ ହତ୍ୟା କରିଛନ୍ତି ନିଶା ବେପାରୀ ।

ନାବାଳକ ଜଣଙ୍କ ହେଉଛନ୍ତି ପଣ୍ଡା ପାର୍କ ବସ୍ତିର ଦୈତ୍ୟରାଜ ନାୟକ । ସେ ଗତ ୧୩ ତାରିଖରୁ ନିଖୋଜ ଥିଲେ । ପୁଅ ନିଖୋଜ ହୋଇଯାଇଥିବା ନେଇ ବାପା ଯୁଧିଷ୍ଠିର ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ । ଏମିତିକି ପୁଅକୁ ଅପହରଣ କରାଯାଇଥିବା ସେ ଅଭିଯୋଗ ଆଣିଥିଲେ । ଏବେ ପୋଲିସ ଦୁଇ ଜଣଙ୍କୁ ଉଠାଇ ଆଣି ପଚରାଉଚରା କରୁଥିବା ଜଣାପଡ଼ିଛି ।