ସତ୍ୟପାଲ ମଲ୍ଲିକ ସିବିଆଇ ସମନକୁ କଲେ ଖଣ୍ଡନ, କହିଲେ ଏଜେନ୍ସି ନିଜେ ମୋ ଘରକୁ ଆସିବ।

300

କନକ ବ୍ୟୁରୋ: ଜମ୍ମୁକାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ସିବିଆଇ ସମନ ମାମଲାରେ ନୂଆ ମୋଡ ଆସିଛି । ସତ୍ୟପାଲ ମଲ୍ଲିକ ସିବିଆଇର ସମନକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ସିବିଆଇ ମୋତେ ଡକାଇନାହିଁ କି ସମନ କରିନାହିଁ । ସେ କହିଛନ୍ତି ମୁଁ କିଛି ପ୍ରଶ୍ନ ଉଠାଇଥିଲି ଏହା ଉପରେ ସିବିଆଇ ମୋତେ ଆସି ଜଣାଇବାକୁ କହିଛି ।

ସେପଟେ ସତ୍ୟପାଲ ମଲ୍ଲିକ ଖାପ ପଞ୍ଚାୟତକୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି, ଖାପ ପଞ୍ଚାୟତ ବାବଦରେ କିଛି କଥା ଉଠାଇଥିଲେ । ଏହି ଲଢେଇ ୨୦୨୪ ଯାଏ ଲଢାଯିବ । ସତ୍ୟପାଲ ମଲ୍ଲିକଙ୍କ ଏହି ବୟାନ ସେତେବେଳେ ଆସିଥିଲା ଯେତେବେଳେ ସିବିଆଇ ବୀମା ଦୁର୍ନୀତି ମାମଲାରେ ତାଙ୍କ ପଚରାଉଚରା ପାଇଁ ସମନ କରିଥିଲା ।

ସତ୍ୟପାଲ ମଲ୍ଲିକ କିଛି ଦିନ ତଳେ ଏକ ଗଣମାଧ୍ୟମକୁ ସାକ୍ଷାତକାର ବେଳେ କହିଥିଲେ ଯେ, ମୋତେ ସିବିଆଇ ଅଫିସ ଯିବାର ଆବଶ୍ୟକତା ନାହିଁ ସିବିଆଇ ନିଜେ ମୋ ଘରେ ଆସି ପହଞ୍ଚିବ । ଏହା ସହ ସତ୍ୟପାଲ ମଲ୍ଲିକ ଏହା ମଧ୍ୟ କହିଥିଲେ ଯେ ସିବିଆଇ ମୋତେ ସମନ କରିନାହିଁ ବରଂ ମୋ ଠାରୁ ସ୍ପଷ୍ଟୀକରଣ ମାଗିଛି ।