ବିଟ୍ରେନରେ ଘୃଣାର ଶିକାର ହେଲେ ଭାରତୀୟ ଛାତ୍ର । ଭିଡିଓ ଜାରି କରି ଅଭିଯୋଗ ଆଣିଲେ ସତ୍ୟମ ସୁରାଣା

96

କନକ ବ୍ୟୁରୋ : ବିଟ୍ରେନରେ ଘୃଣାର ଶିକାର ହେଲେ ଭାରତୀୟ ଛାତ୍ର । ଏଭଳି ଅଭିଯୋଗ ଆଣିଛନ୍ତି ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସରେ ପାଠ ପଡୁଥିବା ଭାରତୀୟ ଛାତ୍ର ସତ୍ୟମ ସୁରାଣା । ଏକ ଭିଡିଓ ଜାରି କରି ସତ୍ୟ କହିଛନ୍ତି ଯେ ଛାତ୍ର ନିର୍ବାଚନରେ ସେ ଜଣେ ପ୍ରାର୍ଥୀଭାବେ ଛିଡା ହୋଇଛନ୍ତି । ଭୋଟ ପୂର୍ବରୁ ତାଙ୍କ ବିରୋଧରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଘୃଣା ପ୍ରଚାର କରାଯାଉଛି । ଏଥିସହ ବିଜେପି ସରକାରଙ୍କୁ ମଧ୍ୟ ଆକ୍ଷେପ କରାଯାଉଛି । ଏପରିକି କ୍ୟାମ୍ପେନ ପୋଷ୍ଟରକୁ ଚିରିଦେବା ସହ ସେଥିରେ କଳା ଓ ଲାଲ ରଙ୍ଗ ଫିଙ୍ଗାଯାଉଛି । ପୁଣେର ସତ୍ୟମ ଉଚ୍ଚ ଶିକ୍ଷା ପାଇଁ ଲଣ୍ଡନ ସ୍କୁଲ ଅଫ ଇକୋନୋମିକରେ ଆଡମିଶନ କରିଥିଲେ । ଏବେ ଛାତ୍ର ସଂସଦ ନିର୍ବାଚନରେ ମହାସଚିବ ପଦ ପାଇଁ ପ୍ରାର୍ଥୀଭାବେ ଛିଡା ହୋଇଛନ୍ତି ।