କଅଁଳା କାନ୍ଧରେ ପଥର ବୋଝ: ପଢ଼ା ଖର୍ଚ୍ଚ ପାଇଁ ମୂଲିଆ ସାଜିଲେ ସମିତା

122

କନକ ବ୍ୟୁରୋ: ଆଦିମ ବଣ୍ଡା ଜନଜାତୀ ର ମେଧାବୀ ଛାତ୍ରୀ ଏବେ ଦିନ ମଜୁରୁଆ । ନିଜ ପଢା ଖର୍ଚ ବହନ କରିବା ଲାଗି ମୁଲ ଲାଗୁଛନ୍ତି ମାଲକାନଗିରି ଜିଲ୍ଲାର ଯୁକ୍ତ ଦୁଇ ବାଣିଜ୍ୟ ଟପ୍ପର । ତାହା ପୁଣି ମାଲକାନଗିରି ଜିଲ୍ଲା ସଦର ମହକୁମାରେ । ବଣ୍ଡା ଜନଜାତୀ ଙ୍କ ଉତଥାନ ଲାଗି ବର୍ଷ ବର୍ଷ ଧରି ବିଭିନ୍ନ ସରକାରୀ ଯୋଜନା କାର୍ଜ୍ୟକାରୀ ହୋଉ ଥିଲେ ହେଁ ମାଲକାନଗିରି ବଣ୍ଡା ସମ୍ପ୍ରଦାୟ ର ଏହି ଉଚ୍ଚ ଶିକ୍ଷୀତ ଯୁବତୀଙ୍କ ଏହି ସଂଘର୍ଷ କୁ ନେଇ ଏବେ ଚାରି ଆଡେ ଚର୍ଚା ।

ବଣ୍ଡା ଯୁବତୀଙ୍କ ସଂଘର୍ଷର କାହାଣୀ । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଏବେ ଦିନ ମଜୁରିଆ । ପଥର ପରି ମୁଣ୍ଡ ଉପରେ ତାଙ୍କର ରହିଛି ଅନେକ ବୋଝ । ତେଣୁ ବାଲି ପଥର ଓ ଗୋଡି ସିମେଂଟ ପରି ବୋଝ ବହିବା ପାଇଁ ଆଦୌ ତାଙ୍କର ଶଙ୍କା ନାହିଁ । କାରଣ ପାଠ ପଢି ବଡ଼ ମଣିଷ ହେବାକୁ ସଙ୍କଳ୍ପ କରିଛନ୍ତି ସେ । ନାଁ କର୍ମା ମୁୁଦୁଲି । ଘର ମାଲକାନଗିରି ବଣ୍ଡା ଘାଟିର ପଡେଇଗୁଡା ଗାଁ । ଗତ ବର୍ଷ ମାଲକାନଗିରି ଗୋବିନ୍ଦପାଲି ଏସ୍ଏସ୍ଡି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ବାଣିଜ୍ୟରେ ୮୨ ପ୍ରତିଶତ ମାର୍କ ରଖି ଜିଲ୍ଲା ଟପ୍ପର ହୋଇ ଥିଲେ କର୍ମା । ଘରର ବଡ ଝିଅ ଓ ଆର୍ଥିକ ଅନାଟନ ଯୋଗୁ କିଛି ସ୍ୱେଚ୍ଛାସେବୀ ଅନୁଷ୍ଠାନର ସହାୟତାରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ନାମ ଲେଖାଇ ଥିଲେ କର୍ମା । ତେବେ ତାଙ୍କ ବହି ବସ୍ତାନୀ ସହ ହଷ୍ଟେଲ ଖର୍ଚ୍ଚ ଗାଁକୁ ଆସି କାମ କରୁଛନ୍ତି କର୍ମା ।

କର୍ମାଙ୍କ ପରି ସମିତା ମୁଦୁଲି ମଧ୍ୟ ଗୋବିନ୍ଦପାଲି ଏସଏସଡି ହାୟର୍ ସେକେଣ୍ଡାରୀ ସ୍କୁଲରୁ ଯୁକ୍ତ ଦୁଇ କଳାରେ ଉତୀର୍ଣ ହୋଇ ବିଜୁ ପଟ୍ଟନାୟକ କଲେଜ ଗୋବିନ୍ଦପାଲି ଠାରେ ପାଠ ପଢିଛନ୍ତି । ତେବେ ରି-ଆଡମିଶନ ଫି’ ବାବଦକୁ ୩ ହଜାର ଟଙ୍କା ଆବଶ୍ୟକ ପଡୁଥିବାରୁ ସମିତା ମଧ୍ୟ ମାଲକାନଗିରି ସଦର ମହୁକମାକୁ ଆସି କର୍ମାଙ୍କ ସହ ଏକ ଠିକା କ୍ୟାମ୍ପରେ ରହି ଦିନ ମଜୁରିଆ ଭାବେ କାମ କରୁଛନ୍ତି । ଆଉ ଦୈନିକ ୨୨୦ ଟଙ୍କା ରୋଜଗାର କରି ପଢା ଖର୍ଚ୍ଚ ପାଇଁ ସଂଚୟ କରୁଛନ୍ତି ।

ସମୁଦ୍ର ପତନ ଠାରୁ ପ୍ରାୟ ୫ହଜାର ଫୁଟ ଉଚ୍ଚ ବଣ୍ଡାଘାଟିରେ ଦୁଇଟି ପଂଚାୟତର ୩୨ଟି ଗାଁ ରେ ପ୍ରାୟ ୭ହଜାରରୁ ଉଦ୍ଧ୍ୱର୍ ବଣ୍ଡା ଜନଜାତିର ଲୋକେ ବସବାସ କରନ୍ତି । ପୂର୍ବ ଅପେକ୍ଷା ଏବେ ବଣ୍ଡା ଜନଜାତିଙ୍କ ଶିକ୍ଷା ହାରରେ ଅନେକଟା ଉନ୍ନତୀ ଆସୁଥିଲେ ହେଁ ଉଚ୍ଚଶିକ୍ଷା ଲାଗି ଉଚିତ ପ୍ରୋତ୍ସାହନ ନ ଥିବା ଯୋଗୁଁ ଅଧିକାଂଶ ଯୁବତୀ ଅଧାରୁ ପାଠ ଛାଡି ଦାଦନ ଖଟୁଛନ୍ତି କିମ୍ବା ହୋଟେଲରେ କାମ କରିବାକୁ ବାଧ୍ୟ ହେଉଛନ୍ତି ।