ଉଦ୍ଧବ ଗୋଷ୍ଠୀର ଦାବିରେ ପୁଣି ଅସ୍ଥିର ମହାରାଷ୍ଟ୍ର ରାଜ୍ୟ ରାଜନୀତି । ଭାଙ୍ଗିପାରେ ସିନ୍ଦେ ସରକାର !

506

କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତିରେ ପୁଣି ସୃଷ୍ଟି ହୋଇପାରେ ହଟଚମଟ । ସିନ୍ଦେ ଗୋଷ୍ଠୀ ହାତ ଛାଡିପାରନ୍ତି ୨୨ ବିଧାୟକ । ଏହି ୨୨ ଜଣ ବିଧାୟକ ସିନ୍ଦେ ଗୋଷ୍ଠୀରେ ରହି ଖୁସି ନଥିବା ନେଇ ଶିବସେନା ମୁଖପତ୍ରିକା ସାମ୍ନାର ସମ୍ପାଦକୀୟ ଜରିଆରେ ପ୍ରକାଶ ପାଇଛି । ଖାଲି ସେତିକି ୯ ଜଣ ସାସଂଦ ମଧ୍ୟ ଦଳ ମଧ୍ୟରେ ନିଶ୍ୱାସ ନେଇପାରୁନଥିବା ସ୍ଥାନୀତ ହୋଇଛି । ବିଧାୟକ ଓ ସାଂସଦ ମାନଙ୍କୁ ସାବତ ସନ୍ତାନ ପରି ସେମାନଙ୍କୁ ବ୍ୟବହାର କରାଯାଉଛି ବୋଲି ଦାବି କରାଯାଇଛି । ଯାହାପରେ ରାଜ୍ୟରାଜନୀତି ସରଗରମ ହୋଇଛି । ଏମିତିକି କେତେବେଳେ ବି ସେମାନେ ଦଳ ଛାଡିପାରନ୍ତି ବୋଲି ଆଲେଖ୍ୟରେ ପ୍ରକାଶ ପାଇଛି । ୨୦୧୯ ମସିହାରେ ମଧ୍ୟ ସମାନ କାରଣ ପାଇଁ ବିଜେପି ହାତ ଛାଡିଥିଲା ଉଦ୍ଧବ ଠାକରେଙ୍କ ନେତୃତ୍ୱାଧିନ ଶିବସେନା । ଯାହାପରେ ଶିବସେନା କଂଗ୍ରେସ ଓ ଏନସିପି ସହାୟତାରେ ସରକାର ଗଢିଥିଲା । ମହାରାଷ୍ଟ୍ରରେ ଏବେ ଉଦ୍ଧବ ଠାକରେଙ୍କ ନିକଟରୁ ଉଭୟ ଶିବସେନା ନାଁ ଓ ଚିହ୍ନ ଚାଲିଯାଇଛି । ଏହାରିଭିତରେ ସିନ୍ଦେ ଗୋଷ୍ଠୀର ହଲଚଲ ଉଦ୍ଧବ ଗୋଷ୍ଠୀଙ୍କୁ ସାମାନ୍ୟ ଖୁସି ଦେଇଛି । ଦେଖିବାକୁ ବାକି ରହିଲା ଆଗାମୀ ଦିନରେ ମହାରାଷ୍ଟ୍ର ରାଜନୀତିର ଗତି କୁଆଡେ ଯାଉଛି ।