ମାଟ୍ରିକ ପରୀକ୍ଷା ନଦେଇ କୁଆଡେ ଗଲେ ୪୩ ହଜାରରୁ ଅଧିକ ପିଲା । ଗଣଶିକ୍ଷା ମନ୍ତ୍ରୀ କହିଲେ ଅଷ୍ଟମରେ ନାଁ ଲେଖାଇଥିବା ସମସ୍ତେ ସିଧା ହୋଇଛନ୍ତି ଦଶମକୁ ପ୍ରମୋସନ ।

346

କନକ ବ୍ୟୁରୋ : ମାଟ୍ରିକ ପରୀକ୍ଷା ବେଳେ ଅଧିକାଂଶ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ । ଏବେ ଏହାର ଉତର ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ । ମନ୍ତ୍ରୀଙ୍କ କଥାକୁ ଯଦି ବିଶ୍ୱାସକୁ ନିଆଯାଏ, ତାହାହେଲେ  ଅଷ୍ଟମରୁ ଦଶମ ଶ୍ରେଣୀମଧ୍ୟରେ ୪୩ ହଜାରରୁ ଅଧିକ ଛାତ୍ରଛାତ୍ରୀ ଡ୍ରପଆଉଟ  ହୋଇଛନ୍ତି ।  ଆଉ ଗଣଶିକ୍ଷା ବିଭାଗ କେବଳ ନାମଲେଖାକୁ ନେଇ ଫର୍ମଫିଲପ କରିଛି କିନ୍ତୁ ଅଷ୍ଟମ ଓ ନବମରେ କେତେ ସଂଖ୍ୟକ ପିଲା ପାଠପଢା ଛାଡିଛନ୍ତି ତାର ହିସାବ ରଖିନି ।

ଫର୍ମଫିଲପ କରି ବି କାହିଁକି ୪୩ ହଜାର ୪୮୯  ଦେଇପାରିଲେନି ମାଟ୍ରିକ ପରୀକ୍ଷା? ଏ ହେଉଛି  ବିଭାଗୟୀ ମନ୍ତ୍ରୀଙ୍କ  ସହଜ ଉତର । ମାଟ୍ରିକ ପରୀକ୍ଷାର୍ଥୀଙ୍କ ଅନୁପସ୍ଥିତ ନେଇ  ମନ୍ତ୍ରୀ ଯୁକ୍ତି ଦର୍ଶାଇଛନ୍ତି  ଯେ,

– କରୋନା ପାଇଁ  ଅଷ୍ଟମରୁ  ଛାତ୍ରଛାତ୍ରୀଙ୍କୁ ସିଧା ଦଶମକୁ ପ୍ରମୋଶନ କରାଯାଇଛି

– ବିନାଫିସରେ  ଫର୍ମଫିଲପ ହୋଇଥିଲା

– ଛାତ୍ରଛାତ୍ରୀଙ୍କୁ  ଅଭିଯୋଗ କରିବାକୁ ସୁଯୋଗ ନ ଦେବା ପାଇଁ ଫର୍ମଫିଲପ କରାଯାଇଥିଲା

ମନ୍ତ୍ରୀଙ୍କ କଥାକୁ ଯଦି ବିଶ୍ୱାସକୁ ନିଆଯାଏ, ତାହାହେଲେ  ଅଷ୍ଟମରୁ ଦଶମ ଶ୍ରେଣୀ ମଧ୍ୟରେ ୪୩ ହଜାରରୁ ଅଧିକ ଛାତ୍ରଛାତ୍ରୀ ଡ୍ରପଆଉଟ  ହୋଇଛନ୍ତି ।  ଗଣଶିକ୍ଷା ବିଭାଗ କେବଳ ନାମଲେଖାକୁ ନେଇ ଫର୍ମଫିଲପ କରିଛି କିନ୍ତୁ ଅଷ୍ଟମ ଓ ନବମରେ କେତେସଂଖ୍ୟକ ପିଲା ପାଠ ଛାଡିଛନ୍ତି ତାର ହିସାବ ନାହିଁ । ଏପଟେ ପ୍ରତିବର୍ଷ ପ୍ରଥମ ଶ୍ରେଣୀରେ ପ୍ରାୟ ଆଠଲକ୍ଷ ପିଲା ନାମ ଲେଖାଇଥାନ୍ତି । କିନ୍ତୁ ଦଶମ ବେଳକୁ ପ୍ରାୟ ୫ରୁ ୬ ଲକ୍ଷ ପିଲା ପରୀକ୍ଷା ଦେଇଥାନ୍ତି । ଅର୍ଥାତ ପ୍ରତିବର୍ଷ ପ୍ରାୟ ଦୁଇଲକ୍ଷ ପିଲା ଡ୍ରପଆଉଟ ହୋଇଥାନ୍ତି ।

ଏତେ ସଂଖ୍ୟକ ପିଲା ମାଟ୍ରିକ ପରୀକ୍ଷା ଦେଇନଥିବା ଘଟଣା ସାମ୍ନାକୁ ଆସିବା ପରେ ଗଣଶିକ୍ଷା ବିଭାଗ ଖୋଳତାଡ ଆରମ୍ଭ କରିଥିଲା ।  ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କାରଣ ଖୋଜିବା ପାଇଁ ନିର୍ଦ୍ଦେଶ ଦେଇଥିଲା । ଏବେ ଡିଇଓମାନେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ରିପୋର୍ଟ ମାଗିଛନ୍ତି ।