କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ପୁଣି ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ ଅଭିଯାନ । ଦିଲ୍ଲୀର ସବୁଠାରୁ ଚର୍ଚ୍ଚିତ ଅଞ୍ଚଳ କୁହାଯାଉଥିବା ସାହିନବାଗରେ ବୁଲଡୋଜର ଚଲେଇଛି ପୌରପାଳିକା । ଘଟଣାକୁ ସ୍ଥାନୀୟ ବାସିନ୍ଧା କଡା ପ୍ରତିବାଦ କରିଛନ୍ତି । ଏହାରି ଭିତରେ ମାମଲାକୁ ନେଇ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି, ଜବରଦଖଲ ଉଚ୍ଛେଦର ସାଧାରଣ ପ୍ରଭାବିତ ହୋଇଛନ୍ତି । ଜବରଦଖଲ ଉଚ୍ଛେଦ ଅଭିଯାନରେ ଲୋକ ପ୍ରଭାବିତ ହୋଇଛନ୍ତି କିନ୍ତୁ ଏଥିରେ ରାଜନୈତିକ ପାର୍ଟିର କେଉଁ ମୌଳିକ ଅଧିକାର ହନନ ହୋଇଛି ? ଘଟଣାକୁ ନେଇ ଏବେ ରାଜନୈତିକ ବୟାନ ବାଜି ବଢିବାରେ ଲାଗିଛି ।

Advertisment

ରାଜଧାନୀ ଦିଲ୍ଲୀରେ ପ୍ରଶାସନ ପକ୍ଷରୁ ପୁଣି ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ ଅଭିଯାନ । ଦିଲ୍ଲୀର ସବୁଠାରୁ ଚର୍ଚ୍ଚିତ ଅଞ୍ଚଳ କୁହାଯାଉଥିବା ସାହିନବାଗରେ ବୁଲଡୋଜର ଚଲେଇଛି ପ୍ରଶାସନ । ଅଞ୍ଚଳରେ ବ୍ୟାପକ ପୁଲିସ ଫୋର୍ସ ସହ ପାରା ମିଲିଟାରୀ ଫୋର୍ସ ମୁତୟନ କରାଯାଇଛି । ସେପଟେ ସ୍ଥାନୀୟ ଲୋକେ ଉଚ୍ଚେଦକୁ ବିରୋଧ କରଛନ୍ତି । ଉଚ୍ଚେଦକୁ ରୋକିବା ପାଇଁ ବୁଲଡୋଜର ସାମ୍ନାରେ ଲୋକ ଛିଡା ହୋଇଥିବା ଦେଖିବାକୁ ମିଳିଛି । ବିଜେପି ଶାସନରେ ଥିବା ଦକ୍ଷିଣ ଦିଲ୍ଲୀ ମହାନଗର ନିଗମ ପକ୍ଷରୁ ଏହି ଜବରଦଖଲ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଘଟଣାକୁ ନେଇ ବିଜେପି ଉପରେ ବର୍ଷିଲେ ବିରୋଧୀ । ଦରଦାମ ବୃଦ୍ଧି ଭଳି ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ବିଜେପି ଏଭଳି କରୁଛି ବୋଲି କହିଲା କଂଗ୍ରେସ । ଏହାର ଜବାବ ରଖିଛି ବିଜେପି ।

ରବିବାର ସାହିନବାଗରେ ଉଚ୍ଛେଦ ହେବାର ଥିଲା କିନ୍ତୁ ପର୍ଯ୍ୟାପ୍ତ ପୁଲିସ ଓ ଅନ୍ୟ ସୁରକ୍ଷା ବିଭାଗର ଅଭାବ ଥିବାରୁ ଉଚ୍ଛେଦ ହୋଇପାରିନଥିଲା । ସୋମବାର ସକାଳୁ ଦିଲ୍ଲୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ପରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିବାକୁ ପହଞ୍ଚିଥିଲା ପ୍ରଶାସନ । ଉଚ୍ଛେଦ ଅଞ୍ଚଳରେ ସାଧାରଣ ଜନତାଙ୍କର ପ୍ରତିବାଦ ଦେଖିବାକୁ ମିଳିଥିଲା । ପ୍ରବଳ ପ୍ରତିବାଦ ପରେ ଉଚ୍ଚେଦ ଅଭିଯାନକୁ ବନ୍ଦ କରିଦିଆଯାଇଥିଲା । ସାମନ୍ୟ କିଛି ଭଙ୍ଗା ରୁଜା କରିବା ପରେ ପଛକୁ ହଟିଥିଲା ବୁଲଡୋଜର ।

ସେପଟେ ମାମଲାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଛି ସିପିଆଇ । କୋର୍ଟ କହିଛନ୍ତି, ଜବର ଦଖଲ ଉଚ୍ଛେଦ ଅଭିଯାନରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ଭେଟିବା ବଦଳରେ ରାଜନୈତିକ ଦଳ କ’ଣ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ? ଜବର ଦଖଲ ଉଚ୍ଛେଦ ଅଭିଯାନରେ ଲୋକ ପ୍ରଭାବିତ ହୋଇଛନ୍ତି । କିନ୍ତୁ ଏଥିରେ ରାଜନୈତିକ ପାର୍ଟିର କେଉଁ ମୌଳିକ ଅଧିକାର ହନନ ହୋଇଛି ? କୋର୍ଟକୁ ରାଜନୈତିକ କାର୍ଯ୍ୟାଳୟ ପରି ନ ବ୍ୟବହାର କରିବାକୁ ମଧ୍ୟ କହିଛନ୍ତି ସବୋର୍ଚ୍ଚ ନ୍ୟାୟାଳୟ । ସେହିପରି ମାମଲାକୁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିବାକୁ ଆବେଦନକାରୀଙ୍କୁ ନିଦ୍ଦେର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ ।