ସମଲିଙ୍ଗୀ ବିବାହକୁ ଆଇନ ମାନ୍ୟତା ଆବେଦନ ଉପରେ ସରିଲା ପଂଚମ ଦିନର ଶୁଣାଣି, ବୁଧବାର ସୁପ୍ରିମକୋର୍ଟଙ୍କ ନିକଟରେ ଜବାବ ରଖିଲେ କେନ୍ଦ୍ର ସରକାର

142

କନକ ବ୍ୟୁରୋ: ସମଲିଙ୍ଗୀ ବିବାହକୁ ମାନ୍ୟତା ମାମଲାରେ ସୁପ୍ରିମକୋର୍ଟରେ ଜବାବ ଦାଖଲ କରିଛନ୍ତି କେନ୍ଦ୍ର ସରକାର । କୋର୍ଟଙ୍କୁ କେନ୍ଦ୍ର କହିଛନ୍ତି ବାହାଘରର ପ୍ରକୃତ ପରିଭାଷା କଣ ଏହା ପ୍ରଥମେ ଜାଣିବା ଆବଶ୍ୟକ । କାହିଁକି ବିବାହକୁ ବୈଧ୍ୟ ଭାବେ ଗ୍ରହଣ କରାଯିବ ଓ ଏହା ଉପରେ କିଏ ଫଇସଲା ନେବେ ଏ ଦିଗରେ ବିଚାର କରିବା ଜୁରରୀ । ଏଥିସହ କେନ୍ଦ୍ର ସରକାର ଏକଥା ମଧ୍ୟ ଅନୁରୋଧ କରିଛନ୍ତି କି ସମଲିଙ୍ଗୀ ବିବାହ ପ୍ରସଙ୍ଗକୁ ଆଇନର ମାନ୍ୟତା ମିଳିବା ଉଚିତ କି ନାହିଁ ଏହି ଫଇସଲା ସଂସଦ ଉପରେ ଛଡାଯାଉ । ସଲିସିଟର ଜେନେରାଲ ତୁଷାର ମେହେତା କୋର୍ଟଙ୍କୁ କହିଛନ୍ତି ସମଲିଙ୍ଗୀ ବିବାହ ଏକ ଜଟିଳ ପ୍ରସଙ୍ଗ । ଯାହାର ବ୍ୟାପକ ପ୍ରଭାବ ସମାଜ ଉପରେ ରହିଛି । କେବଳ ସମାଜ ନୁହେଁ ଅନ୍ୟାନ୍ୟ ଆଇନ ଉପରେ ମଧ୍ୟ ପ୍ରଭାବ ପଡିବା ସମ୍ଭାବନା ରହିଛି । ତେଣୁ ବିଭିନ୍ନ ରାଜ୍ୟର ସିଭିଲ ସୋସାଇଟି ଗ୍ରୁପ ସହ ଆଲୋଚନା କରିବା ଆବଶ୍ୟକ । ସମଲିଙ୍ଗୀ ବିବାହକୁ ଆଇନର ମାନ୍ୟତା ଦେବାକୁ ବୁଧବାର ଶୁଣାଣି ୫ଚମ ଦିନରେ ପହଂଚିଛି ।