ଭାରତ ଫେରୁଛନ୍ତି ସୁଦାନରେ ଫଶିଥିବା ଭାରତୀୟ, ୩ଟି ବ୍ୟାଚରେ ସ୍ୱତନ୍ତ୍ର ବିମାନ ଓ ଜାହଜ ଯୋଗେ ସ୍ୱଦେଶ ଫେରିଲେଣି ୫୬୧ ଜଣ ନାଗରିକ

113

କନକ ବ୍ୟୁରୋ : ଭାରତ ଫେରୁଛନ୍ତି ସୁଦାନରେ ଫଶିଥିବା ଭାରତୀୟ । ୩ଟି ବ୍ୟାଚ୍ରେ ୫୬୧ଜଣ ଭାରତୀୟ ସୁରକ୍ଷିତ ଭାବେ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ହିଂସାଗ୍ରସ୍ତ ଇଲାକାରୁ ବାୟୁସେନାର ସ୍ୱତନ୍ତ୍ର ବିମାନ ଏମାନଙ୍କୁ ଆଣି ସୁଦାନ ପୋର୍ଟରେ ଅଣାଯିବା ପରେ ସେଠାରୁ ଆଇଏନଏସ ସୁମେଧାରେ ଏମାନେ ଭାରତରେ ପହଞ୍ଚିବେ । ସୁରକ୍ଷିତ ଭାବେ ଘରୁକୁ ଫେରୁଥିବା ଯୋଗୁଁ ଭାରତୀୟମାନେ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ବେଶ ଖୁସି ଅନୁଭବ କରୁଛନ୍ତି । ସୁଦାନରେ ମୋଟ ୫ହଜାର ଭାରତୀୟ ଫଶିଛନ୍ତି । କ୍ଷମତା ହାତେଇବା ପାଇଁ ସୁଦାନ ସେନା ଓ ପାରାମିଲିଟାରୀ ମଧ୍ୟରେ ଚାଲିଛି ରକ୍ତାକ୍ତ ସଂର୍ଘଷ ।