ଅରବିନ୍ଦ କେଜ୍ରିୱାଲଙ୍କ ଘର ଓ ଅଫିସକୁ ନେଇ ନୂଆ ରାଜନୀତି, ବିଜେପି କହିଲା ଜନତାଙ୍କ ଅର୍ଥକୁ ଆତ୍ମସାତ କରିଛନ୍ତି କେଜ୍ରିୱାଲ

239

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନାଁରେ ବିଜେପି ଆଣିଲା ନୂଆ ଅଭିଯୋଗ ।ଦିଲ୍ଲୀ ପ୍ରଦେଶ ବିଜେପି ଅଧ୍ୟକ୍ଷ ଧିରେନ୍ଦ୍ର ସଚଦେବା ବଡ ଦାବି କରି କହିଛନ୍ତି କରୋନା ସଙ୍କଟ ଭିତରେ କିଛି ଅର୍ଥ ଆତ୍ମସାତ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ନିଜ ବାସଭବନର ମରାମତି ପାଇଁ ୪୫କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଘର ଓ ଅଫିସର ସୌନ୍ଦଯ୍ୟକରଣରେ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରାଯାଇଛି ।ଶିଶା ମହଲଭାବେ ପ୍ରସ୍ତୁତ ହୋଇଛି କେଜ୍ରିୱାଲଙ୍କ ବାସଭବନ । ଜନତାଙ୍କ ଅର୍ଥକୁ ଲୁଟ କରି ଅୟସ କରୁଥିବା ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବା ଉଚିତ । ସେପଟେ ଜବାବ ରଖିଛନ୍ତି ଆପ ସାଂସଦ ସଂଜୟ ସିଂ ଜବାବ ରଖିଛନ୍ତି । ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ଆପ ସାଂସଦ । ପ୍ରଧାନମନ୍ତ୍ରୀଙ୍କ ବାସଭବନେ ୫୦୦କୋଟି ଟଙ୍କା ଖର୍ଚ୍ଚ ହୋଇଛି । ୮୪ଶହ କୋଟିର ଜାହଜ କିଣିଛନ୍ତି । ୧୨କୋଟିର କାର ଚଲାନ୍ତି ।ଅଢେଇଲକ୍ଷ ଟଙ୍କା ପେନ ବ୍ୟବହାର କରନ୍ତି । ୧୦ଲକ୍ଷ ଟଙ୍କାର ପୋଷାକ ପିନ୍ଧନ୍ତି,ଦେଢ ଲକ୍ଷ ର ଚଷମା ପିନ୍ଧନ୍ତତି । ଏହା ଉପରେ ଜବାବ ଦେଉ ବିଜେପି ।