ୱେବସାଇଟରେ ଉପଲବ୍ଧ ହୋଇନି ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ : ରେଜଲ୍ଟକୁ ନେଇ ଚାହିଁ ରହିଛନ୍ତି ଛାତ୍ରଛାତ୍ରୀ

200

କନକ ବ୍ୟୁରୋ : ଏଯାଏଁ ୱେବସାଇଟରେ ଆସୁନି ଯୁକ୍ତଦୁଇ ରେଜଲ୍ଟ । ଦିନ ୧୧ଟାରୁ ରେଜଲ୍ଟ ପ୍ରକାଶ ପାଇଲାଣି । ଦୀର୍ଘ ସମୟ ପରେ ବି ୱେବସାଇଟ ଖୋଲୁନି । ସୂଚନାନୁସାରେ, ଦିନ ୧୧ଟାରୁ ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଲାଣି । ଗଣଶିକ୍ଷା ମନ୍ତ୍ରୀ କହିଥିଲେ୧୨ଟା ୩୦ ପରେ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ । କିନ୍ତୁ ଏ ଯାଏଁ ପରୀକ୍ଷା ଫଳ ଉପଲବ୍ଧ ହୋଇପାରି ନାହିଁ । ରେଜଲ୍ଟକୁ ନେଇ ଚାହିଁ ରହିଛନ୍ତି ଛାତ୍ରଛାତ୍ରୀ ।

ସିଏଚଏସସି ପକ୍ଷରୁ ବିଧିବଦ୍ଧ ଫଳ ପ୍ରକାଶ

ବିଜ୍ଞାନରେ ପାସ୍ ହାର ୮୪.୯୩%
+୨ ବିଜ୍ଞାନରେ ପାସ୍ ହାର ୮୪.୯୩ ପ୍ରତିଶତ
୭୮ ହଜାର ୯୩୮ ପରୀକ୍ଷାର୍ଥୀ ପାସ୍
୭୭, ୪୬୮ ରେଗୁଲାର ପରୀକ୍ଷାର୍ଥୀ ପାସ୍
୧, ୪୭୦ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ପାସ୍
ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଅଧିକ
ବିଜ୍ଞାନରେ ଛାତ୍ରୀଙ୍କ ପାସ ହାର ୮୫.୬୭%
ବିଜ୍ଞାନରେ ଛାତ୍ରଙ୍କ ପାସ ହାର ୮୪.୨୮%
୩୯, ୫୭୩ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ
୨୪, ୨୫୭ ଛାତ୍ରଛାତ୍ରୀ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ
ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ୧୪, ୮୫୨ ଜଣ

ବାଣିଜ୍ୟରେ ପାସ୍ ହାର ୮୧.୧୨%

୭୪୧୦ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ
୪୫୪୩ ଛାତ୍ରଛାତ୍ରୀ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ
୭୪୯୨ ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ
୧୯୫୩୬ ଜଣ ପରୀକ୍ଷାର୍ଥୀ ପାସ୍
୧୮୭୪୦ ରେଗୁଲାର ପରୀକ୍ଷାର୍ଥୀ ପାସ୍
୭୮୯ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ପାସ୍
ନୟାଗଡରେ ସର୍ବାଧିକ ପାସ୍ ହାର ୯୩.୦୯%
ବୌଦ୍ଧରେ ସର୍ବନିମ୍ନ ପାସ୍ ହାର ୫୫.୫୫%
ବାଣିଜ୍ୟରେ ଛାତ୍ରଙ୍କ ପାସ୍ ହାର ୭୯.୫୨%
ବାଣିଜ୍ୟରେ ଛାତ୍ରୀଙ୍କ ପାସ୍ ହାର ୮୩.୮୭%
ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ