ୟୁକ୍ରେନରେ ବର୍ବରକାଣ୍ଡ ଘଟାଇଚାଲିଛି ଋଷ। ୟୁକ୍ରେନକୁ ମିଳିପାରେ ଇୟୁରେ ସଦସ୍ୟତା।

180

କନକ ବ୍ୟୁରୋ: ଦୀର୍ଘ ୪ ମାସ ଧରି ୟୁକ୍ରେନ ଛାତିରେ ବର୍ବରତାକାଣ୍ଡ ଘଟାଇ ଚାଲିଛି ରୁଷ । ଯୁଦ୍ଧ ଭିତରେ କେତେ କଣ କ୍ଷତି ହେଲାଣି ତାର ଆକଳନ କରିବା କାଠିକର ପାଠ । ରୁଷ ସହ ଦମ୍ଭର ସହ ଲଢେଇ କରୁଥିବା ୟୁକ୍ରେନ ଆଗକୁ ବଡଆଶ୍ୱସ୍ତି ପାଇଛି । କାରଣ ଜୁନ ୨୩ ତାରିଖରେ ୟୁରୋପୀୟ ସଂଘର ସଦସ୍ୟତା ପ୍ରାର୍ଥୀ ଭାବେ ସର୍ବସହମତିରେ ୟୁକ୍ରେନକୁ ମିଳିଛି ସବୁଜ ସଙ୍କେତ । ଆସନ୍ତା ସପ୍ତାହରେ ସଂଘର ଶିଖର ସମ୍ମିଳନୀରେ ନିଆଯିବ ନିର୍ଣ୍ଣାୟକ ନିଷ୍ପତ୍ତି ।

ୟୁକ୍ରେନକୁ ସଦସ୍ୟତା ମିଳିବା ପରେ ରାଷ୍ଟ୍ରପତି ପୁଟିନଙ୍କୁ ବଡ ଝଟକା ଲାଗିଛି । ୟୁକ୍ରେନର ବିଭିନ୍ନ ସାମରିକ ଠିକଣା ଉପରେ କ୍ରେମଲିନ୍ ଘନଘନ ଆକ୍ରମଣ କରିଛି । ପୂର୍ବ ୟୁକ୍ରେନକୁ ଘେରିବା ପାଇଁ ମିସାଇଲମାଡ କରିଛି ରୁଷ । ସେହିପରି ପ୍ରଥମ ଥର ପାଇଁ ବେଲାରୁଷର ବିମାନ ଠିକଣାରୁ ୟୁକ୍ରେନ ଉପରେ ମଧ୍ୟ ଆକ୍ରମଣ ଜାରିରହିଛି । ୟୁକ୍ରେନ ଉପରେ ୫୦ ରୁ ଅଧିକ ମିସାଇଲ ମାଡ କରାଯାଇଛି ।