ବିଧାନସଭାରେ ଚିଟଫଣ୍ଡ ତାତି : ବିଜେପିର ମୁଲତବି ପ୍ରସ୍ତାବ, ଗ୍ରହଣ କଲେନି ବାଚସ୍ପତି

64

କନକ ବ୍ୟୁରୋ : ବିଧାନସଭାରେ ଚିଟଫଣ୍ଡ ତାତି । ଆଜି ଗୃହ ଆରମ୍ଭରୁ ଏହି ପ୍ରସଙ୍ଗରେ ପ୍ରତିବାଦ କରିଥିଲା ବିଜେପି । ବିଜେପି ପକ୍ଷରୁ ଦିଆଯାଇଥିବା ମୁଲତବୀ ପ୍ରସ୍ତାବକୁ ଗ୍ରହଣ ନହେବାରୁ ପ୍ରତିବାଦ କରିଥିଲା ବିଜେପି । ଏହା ସହ କଂଗ୍ରେସ ମଧ୍ୟ ଚାଷୀ ଓ ମରୁଡି ସମସ୍ୟା ଉପରେ ଆଲୋଚନା କରିବାକୁ ଦାବି କରିଥିଲେ । ବାଚସ୍ପତିଙ୍କ ପୋଡିୟମ୍ ନିକଟରେ ନାରାବାଜି କରିଥିଲେ । ଫଳରେ ଚାଲି ପାରିନଥିଲା ପ୍ରଶ୍ନକାଳ । ଶୂନ୍ୟକାଳ ଆରମ୍ଭ ହେବା ପରେ ମଧ୍ୟ ବିରୋଧୀ ସଦସ୍ୟ ହୋହଲ୍ଲା କରିଥିଲେ ।

ଗୃହରେ ବାଚସ୍ପତି କହିଥିଲେ, ଚିଟଫଣ୍ଡ ପ୍ରସଙ୍ଗ ହାଇକୋର୍ଟରେ ବିଚାରାଧୀନ ରହିଛି । କମିଶନ ତଦନ୍ତ କରୁଛନ୍ତି । ୨୦୧୪ରେ ତକ୍ରାଳୀନ ବାଚସ୍ପତି, ଆଡଭୋକେଟ୍ ଜେନେରାଲଙ୍କ ପରାମର୍ଶ ନେଇ ଏହି ପ୍ରସଙ୍ଗରେ ଆଲୋଚନା ହୋଇପାରିବ ନାହିଁ ବୋଲି ରୁଲିଂ ଦେଇଥିଲେ । ଏହା ବର୍ତ୍ତମାନର ପ୍ରସଙ୍ଗ ହୋଇନଥିବାରୁ ଏହି ପ୍ରସଙ୍ଗରେ ଆଲୋଚନା ହୋଇପାରିବ ନାହିଁ ବୋଲି କହିଛନ୍ତି ବାଚସ୍ପତି । ସରକାର ଚିଟଫଣ୍ଡ ଆଲୋଚନାକୁ ଡରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ମୋହନ ମାଝୀ । ଏହି ପ୍ରସଙ୍ଗରେ ଗୃହ ବାରମ୍ବାର ମୁଲତବୀ ହେଉଥିବାରୁ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ।