ରାତିସାରା ହସ୍ପିଟାଲରେ ଅନ୍ଧାରରେ ଚାଲିଲା ଚିକିତ୍ସା : ଲାଇନ ନଥିବାରୁ ହନ୍ତସନ୍ତ ହେଲେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀ

85

କନକ ବ୍ୟୁରୋ : ରାତି ସାରା ହସ୍ପିଟାଲରେ ଅନ୍ଧାରରେ ଚାଲିଲା ଚିକିତ୍ସା । ଲାଇନ ନଥିବାରୁ ହନ୍ତସନ୍ତ ହେଲେ ଭଦ୍ରକ ଚାନ୍ଦବାଲି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀ । ମେଡିକାଲ ୱାର୍ଡରେ ଲାଇନ୍ କଟିଯିବାରୁ ୮ ଘଣ୍ଟା ପର୍ଯ୍ୟନ୍ତ ଅନ୍ଧାରରେ ଛଟପଟ ହୋଇଛନ୍ତି ରୋଗୀ । ମୋବାଇଲ ଟର୍ଚ୍ଚରେ ରୋଗୀ ଦେଖିବା ସହ ଇଞ୍ଜେକସନ୍ ମଧ୍ୟ ଦିଆଯାଇଛି ।

ଦୀର୍ଘ ୮ ଘଣ୍ଟା ପର୍ଯ୍ୟନ୍ତ ବେଡ୍ ଉପରେ ପ୍ରସୂତି ମାଆ, ନବଜାତଙ୍କ ଶିଶୁ ପୁତ୍ରକୁ ଧରି ଥିବା ବେଳେ, ଅନ୍ୟ କିଏ ମେଡିକାଲ ବେଡ୍ ଛାଡ଼ି ବାହାରେ ବୁଲୁଥିବା ଦେଖିବାକୁ ମିଳିଥିଲା । ଅନ୍ଧାରରେ ରୋଗୀଙ୍କ ରକ୍ତ ନମୁନା ମଧ୍ୟ ସଂଗ୍ରହ କରାଯାଇଛି । ହସ୍ପିଟାଲରେ ଜେନେରେଟର ବ୍ୟବସ୍ଥା ନାହିଁ । ବିଦ୍ୟୁତ ବିଭାଗ ପକ୍ଷରୁ ଏଠାରେ କାହାରିକୁ ସ୍ଥାୟୀ ନିଯୁକ୍ତି ଦିଆଯାଇନାହିଁ । ତେଣୁ ଲାଇନ କଟିଯିବାରୁ ସଜାଡ଼ିବାକୁ ହସ୍ପିଟାଲରେ କୌଣସି କର୍ମଚାରୀ ନଥିଲେ । ଏଭଳି ସ୍ଥିତିରେ ୮ ଘଣ୍ଟା କାଳ ହନ୍ତସନ୍ତ ହୋଇଥିଲେ ରୋଗୀ ।