ମଧ୍ୟ ପ୍ରଦେଶ ବୋରୱେଲରେ ଫସିଥିବା ତନ୍ମୟର ନିକଟତର ହେଲା ଉଦ୍ଧାରକାରୀ ଦଳ । ୭୦ ଘଂଟାରୁ ଅଧିକ ହେବ ଚାଲିଛି ଟନେଲ ଖୋଳା

144

କନକ ବ୍ୟୁରୋ : ପ୍ରାୟ ଚାରିଦିନ ହେଲାଣି ବୋରୱେଲରେ ଫସିରହିଛି ୮ ବର୍ଷର ଶିଶୁ ତନ୍ମୟ ସାହୁ । ଚାଲିିଛି ଅପରେସନ ତନ୍ମୟ । ଉଦ୍ଧାରକାରୀ ଦଳ ତନ୍ମୟର ନିକଟତର ହୋଇଛନ୍ତି । ବୋରୱେଲରରେ ଗଭୀର ୪ଶହ ଫୁଟ ହୋଇଥିବା ବେଳେ ତନ୍ମୟ ୫୦ ଫୁଟରେ ଅଟକି ରହିଛି । ପିଲାଟିକୁ ପାଇପ ଯୋଗେ ବୋରୱେଲର ମୁହଁପଟୁ ଅକ୍ସିଜେନ୍ ଯୋଗାଇ ଦିଆଯାଉଛି । ସୂଚନା ଅନୁସାରେ ବେତୁଲ ଜିଲ୍ଲା ମାଣ୍ଡାଭି ଗାଁର ସୁନୀଲ ଦିୟାବର, ୬ ତାରିଖ ସନ୍ଧ୍ୟାରେ ୮ବର୍ଷର ପୁଅ ତନ୍ମୟକୁ ନେଇ ବିଲକୁ ଯାଇଥିଲେ । ଏହି ସମୟରେ ତନ୍ମୟ ବୋରୱେଲ ଗାତକୁ ଚାହୁଁଥିବା ବେଳ ଅଚାନକ୍ ଗାତରେ ପଡ଼ିଯାଇଥିଲେ । ଖବର ପାଇ ପୁଲିସ ଓ ପ୍ରଶାସନର ଟିମ୍ ପହଂଚିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ ସୁନୀଲ ଦିୟାବର ଏହି ବୋରୱେଲ ଖୋଳିଥିଲେ । ବୋରୱେଲରେ ଜଳସ୍ତର କମିଯିବାରୁ ଲାଗିଥିବା ମିଟର ଖୋଲିି ଘରକୁ ନେଇଯାଇଥିଲେ । ଆଉ ଖୋଲା ଥିବା ବୋରୱେଲରେ ପଡ଼ିିଯାଇଥିଲେ ତନ୍ମୟ । ସେପଟେ ତନ୍ମୟଙ୍କୁ ଉଦ୍ଧାର କରିବାକୁ ବିଦ୍ୟାଳୟର ସହପାଠୀମାନେ ପ୍ରାର୍ଥନା କରିଛନ୍ତି । ସେ ପଢ଼ୁଥିବା ବିଦ୍ୟାଳୟ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଗାୟତ୍ରୀ ମନ୍ତ୍ର ଜପ କରି ତନ୍ମୟଙ୍କ ସୁରକ୍ଷା ପ୍ରାର୍ଥନା କରିଛନ୍ତି ।