ସ୍ୱାଧୀନତା ଦିବସ ପାଇଁ ଚାରିଆଡେ ପ୍ରସ୍ତୁତି । ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଅଭ୍ୟାସରେ ସାମିଲ ହେଲେ ପୋଲିସ ଡିଜି

137

କନକ ବ୍ୟୁରୋ: ଦିନକ ପରେ ଦେଶ ପାଳିବ ୭୭ ତମ ସ୍ୱାଧୀନତା ଦିବସ । ଭୁବନେଶ୍ୱର ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ମଧ୍ୟ ସ୍ୱାଧୀନତା ଦିବସ ପାଳିତ ହେବ । ଏଥିପାଇଁ ପ୍ରସ୍ତୁତି ଜୋରଦାରରେ ପ୍ରସ୍ତୁତି କରାଯାଇଛି । ହାତରେ ଆଉ ଗୋଟିଏ ଦିନ ସମୟ ଥିବାରୁ ଆଜି ଫୁଲ୍ଡ୍ରେସ୍ ରିହରସାଲ କରାଯାଇଛି ।

ଆଜି ପରେଡ୍ ରିହରସାଲରେ ସାମିଲ ହୋଇଥିଲେ ପୋଲିସ ଡିଜି ସୁନୀଲ ବଂଶଲ । ପୋଲିସ ଡିଜି କହିଛନ୍ତି ସ୍ୱାଧୀନତା ଦିବସ ପାଇଁ ସାରା ରାଜ୍ୟରେ ବ୍ୟାପକ ବ୍ୟବସ୍ଥା ହୋଇଛି । ମାଓ ଅଧ୍ୟୁଷିତ ଅଂଚଳକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଏସବୁ ଅଂଚଳରେ ସୁରକ୍ଷା ବ୍ୟବସ୍ଥା ବ୍ୟାପକ କରାଯାଇଥିବା ପୋଲିସ ଡିଜି ସୂଚନା ଦେଇଛନ୍ତି । ସେହିପରି ପୋଲିସ କମିଶନର କହିଛନ୍ତି, ରାଜ୍ୟସ୍ତରୀୟ ପରେଡ ପାଇଁ କଡ଼ା ବ୍ୟବସ୍ଥା ଗ୍ରହଣ କରାଯାଇଛ । ମୁଖ୍ୟମନ୍ତ୍ରୀଙ୍କ ଅଭିବାଦନ ଗ୍ରହଣ କାର୍ଯ୍ୟଥିବାରୁ ୧୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ ବୋଲି କହିଛନ୍ତି ପୋଲିସ କମିଶନର ।