ବିମୁଦ୍ରାକରଣ ନେଇ ଅର୍ଥନୈତିକ ବ୍ୟାପାର ସମ୍ବନ୍ଧୀୟ ମିଟିଙ୍ଗ: ଆରବିଆଇ ଗଭର୍ଣ୍ଣରଙ୍କୁ କଡା ପ୍ରଶ୍ନ କଲେ କମିଟିିର ସଦସ୍ୟ

32

କନକ ବ୍ୟୁରୋ : ଅର୍ଥନୈତିକ ବ୍ୟାପାର ସମ୍ବନ୍ଧୀୟ ସଂସଦର ସ୍ଥାୟୀ କମିଟିର ମିଟିଙ୍ଗରେ ଉପସ୍ଥିତ ହୋଇଛନ୍ତି ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲ୍ । ବିମୁଦ୍ରାକରଣକୁ ନେଇ କମିଟିିର ସଦସ୍ୟମାନେ ତାଙ୍କୁ କଡା ପ୍ରଶ୍ନ କରିଛନ୍ତି । ଉର୍ଜିତ ସଦସ୍ୟମାନଙ୍କ ପ୍ରଶ୍ନର ଜବାବ ରଖିଛନ୍ତି । ତେବେ କଂଗ୍ରେସ ମହାସଚିବ ଦିଗବିଜୟ ସିଂଙ୍କ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଉର୍ଜିତ ହଡବଡେଇ ଯାଇଥିଲେ ।

କିନ୍ତୁ ଏହି ସମୟରେ ଉର୍ଜିତଙ୍କ ପାଇଁ ଆଗକୁ ଆସିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ମନମୋହନ ଉର୍ଜି୍ତଙ୍କୁ କହିଥିଲେ ଯଦି ଦିଗବିଜୟଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଅସହଜ ମନେ କରୁଛନ୍ତିି ତେବେ ଉତ୍ତର ଦେବା ଆବଶ୍ୟକ ନାହିଁ ।

ଉର୍ଜିତ ପଟେଲ କମିଟିକୁ ସୂଚନା ଦେଇଛନ୍ତି ବିମୁଦ୍ରାକରଣ ପରେ ବଜାରକୁ ୯.୨ଲକ୍ଷ କୋଟି ଟଙ୍କା ନୂଆ ନୋଟ୍ ବଜାରକୁ ଆସିଛି । ଏହାପରେ ଆସନ୍ତା ୨୦ତାରିଖରେ ଉର୍ଜିତ ଲୋକ ଲେଖା ସମ୍ମିତି ନିକଟରେ ମଧ୍ୟ ହାଜର ହେବାର ସମ୍ଭାବନା ରହିଛି । ବିରାପା ମୋଇଲିଙ୍କ ଅଧ୍ୟକ୍ଷତାରେ ସଂସଦୀୟ ସ୍ଥାୟୀ କମିଟିର ବୈଠକ ବସିଥିଲା ।