ଧର୍ମେନ୍ଦ୍ରଙ୍କ ଉଚ୍ଚାରଣ ଏବଂ ଆଚରଣରେ ତଫାତ ଅଛି! କହିଲେ ଦାମୋଦର ରାଉତ

23

କନକ ବ୍ୟୁରୋ : ଗ୍ୟାସ ଦୁର୍ନୀତି ପ୍ରସଙ୍ଗରେ ମୋ ଭାଇ ଆଇନର ଉର୍ଦ୍ଧ୍ୱରେ ନୁହେଁ । ଆଇନ ତା ବାଟରେ ଯିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଫେଇ ଦେଇଥିବା ବେଳେ ବିଜେଡିର ବରିଷ୍ଠ ନେତା ତଥା ଅବକାରୀ ମନ୍ତ୍ରୀ ଦାମୋଦର ରାଉତ ପାଲଟା ଆକ୍ରମଣ କରି କହିଛନ୍ତି ଯେ ଧର୍ମେନ୍ଦ୍ରଙ୍କ ଉଚ୍ଚାରଣ ଏବଂ ଆଚରଣରେ ତଫାତ ଅଛି ।

ଦାମ କହିଛନ୍ତି ଯେ ଧର୍ମେନ୍ଦ୍ରଙ୍କ ନୈତିକତା ଉପରେ ପ୍ରଶ୍ନ ଉଠିଛି । ପେଟ୍ରୋଲ ବିଭାଗରେ କେନ୍ଦ୍ରମନ୍ତ୍ରୀ ଥିବା ବେଳେ ତାଙ୍କ ଭାଇ ଏକାଧିକ ଗ୍ୟାସ ଏଜେନ୍ସି ଏବଂ ପେଟ୍ରୋଲ ପମ୍ପ ଲାଇସେନ୍ସ ହାତେଇଛନ୍ତି । ଧର୍ମେନ୍ଦ୍ର ସେ ସମୟରେ ଏହାକୁ ବାରଣ କରିଥିଲେ କି । ସନ୍ଦେହ କରାଯାଉଛି କେନ୍ଦ୍ରମନ୍ତ୍ରୀ ଖୋଦ ପ୍ରଭାବ ପକାଇ ଏଭଳି କାର୍ଯ୍ୟକରିଛନ୍ତି ବୋଲି ଦାମ କହିଛନ୍ତି ।