ରାଜସ୍ଥାନ ଲଜ୍ଜା : ମହିଳାଙ୍କୁ ନିବସ୍ତ୍ର କରି ଗାଁ ବୁଲାଇଲେ ସ୍ୱାମୀ ଓ ଶ୍ୱଶୁର; ୭ଜଣଙ୍କୁ ଗିରଫ କଲା ପୋଲିସ

172

କନକ ବ୍ୟୁରୋ : ମଣିପୁର’ର ଲଜ୍ଜାକୁ ଦେଶବାସୀ ଭୁଲି ନଥିବା ବେଳେ ରାଜସ୍ଥାନରୁ ଆସିଛି, ଆଉ ଏକ ଲଜ୍ଜ୍ୟାଜନକ ଘଟଣା । ରାଜସ୍ଥାନର ପ୍ରତାପଗଡ଼ ଜିଲ୍ଲାରେ ଜଣେ ମହିଳାଙ୍କୁ ନିବସ୍ତ୍ର କରି ଗାଁ ସାରା ବୁଲାଇବା ଘଟଣା ସାମ୍ନାକୁ ଆସିଛି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଘଟଣା ପଛରେ ଆଉ କେହି ନୁହେଁ ବଂର ମହିଳାଙ୍କ ସ୍ୱାମୀ ଓ ଶ୍ୱଶୂର ଅଛନ୍ତି । ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ ମାମଲାର ତଦନ୍ତ ଆରମ୍ଭ କରି ୭ଜଣଙ୍କୁ ଗିରଫ କରିଛି ।

ରାଜସ୍ଥାନ ପୁଲିସ୍ ଡିଜି, କହିଛନ୍ତି- ମହିଳାଙ୍କ ଶାଶୂଘର ଲୋକ ଅଭିଯୋଗ କରିଛନ୍ତି ଯେ, ମହିଳା ଜଣକ ଅନ୍ୟ ଜଣଙ୍କ ସହ ପଳାଇଥିଲେ । ସଂପୃକ୍ତ ମହିଳାଙ୍କୁ ତାଙ୍କ ସ୍ୱାମୀ ଘରର ଲୋକ ଅପହରଣ କରି ଆଣି ତାଙ୍କୁ ଗାଁରେ ନିସ୍ତକମାଡ଼ ମାରିଥିଲେ । ଏହା ପରେ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇଥିଲେ । ଏହି ଅମାନବୀୟକାଣ୍ଡରେ ତାଙ୍କ ଶ୍ୱଶ ଓ ଶ୍ୱଶୂର ମଧ୍ୟ ସାମିଲ ଥିଲେ । ସେପଟେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ସଭ୍ୟ ସମାଜରରେ ଏଭଳି ଅପରାଧର କୌଣସି ସ୍ଥାନ ନାହିଁ ଓ ଦୋଷୀଙ୍କ କଡ଼ା ଦଣ୍ଡ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପୀଡିତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

ଜାତୀୟ ମହିଳା କମିଶନ ଘଟଣାକୁ ନିନ୍ଦା କରିବା ସହ କମିଠି ଗଠନ କରି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି । ମହିଳା ବର୍ତ୍ତମାନ ଗର୍ଭବତୀ ହେବା ସହ ମାନସିକ ସ୍ତରରେ ପୀଡିତ ଥିବା ଡାକ୍ତର କହିଛନ୍ତି । ଘଟଣାକୁ ନେଇ ଗେହଲଟ ସରକାରଙ୍କ ଘେରିଛି ପ୍ରଦେଶ ବିଜେପି । ଟୁଇଟ କରି ରାଜସ୍ଥାନ ସରକାରଙ୍କୁ ପ୍ରଶ୍ନ ପଚାରିଛନ୍ତି ବିଜେପି । ସେପଟେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ବାଡ୍ରା ଟୁଇଟ କରି ଦୋଷୀଙ୍କ କଡ଼ା ଦଣ୍ଡ ଦେବା ସପକ୍ଷରେ ଯୁକ୍ତି ବାଢେଇଛନ୍ତି ।

ପରକୀୟା ପ୍ରୀତି ମାମଲାରେ ୨୦୧୮ ମସିହାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ସେ ସମୟରେ ସୁପ୍ରିମକୋର୍ଟ କ’ଣ ରାୟ ଦେଇଥିଲେ ?

– ପରକୀୟା ପ୍ରୀତି ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିଲେ ସୁପ୍ରିମକୋର୍ଟ
– ୨୦୧୮ରେ ସୁପ୍ରିମକୋର୍ଟ କହିଥିଲେ- ପରକୀୟା ପ୍ରୀତି ଅପରାଧ ନୁହେଁ
– ୧୫୦ ବର୍ଷର ପୁରୁଣା ଆଇନକୁ ଅସାମ୍ବିଧାନିକ କହିଥିଲେ
– ଆଇପିସିର ୪୯୭ ଧାରାକୁ ଅକାମୀ କରିଥିଲେ ସୁପ୍ରିମକୋର୍ଟ
– ପରକୀୟା ପ୍ରୀତି ଛାଡ଼ପତ୍ର ଆବେଦନର ଆଧାର ହୋଇପାରିବ
– କିନ୍ତୁ ଅପରାଧ ଭାବେ ବିବେଚନା କରାଯାଇପାରିବ ନାହିଁ
– ପତି ତାଙ୍କ ପତ୍ନୀଙ୍କ ମାଲିକ ନୁହଁନ୍ତି
– ମହିଳାଙ୍କ ଆତ୍ମସମ୍ମାନଙ୍କ ପ୍ରତି ଯାହା ଆଂଚ ଆଣୁଛି ତାହା କଦାପି ସାମ୍ବିଧାନିକ ହୋଇନପାରେ
– ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ଏଭଳି ରାୟ ଦେଇଥିଲେ
– ତତ୍କାଳୀନ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିଲା ଖଣ୍ଡପୀଠ