ଆଜି ପ୍ରଥମ କକ୍ଷପଥ ପରିବର୍ତ୍ତନ କଲା ଆଦିତ୍ୟ-ଏଲ୍-୧ : ଟୁଇଟ୍ କରି ଇସ୍ରୋ ପକ୍ଷରୁ ସୂଚନା

112

କନକ ବ୍ୟୁରୋ : ଆଜି ପ୍ରଥମ କକ୍ଷପଥ ପରିବର୍ତ୍ତନ କରିଛି ଆଦିତ୍ୟ-ଏଲ୍-୧ । ଦିନ ୧୧ଟା ୪୦ରେ ଆଦିତ୍ୟ-ଏଲ୍-୧ର କକ୍ଷପଥ ପରିବର୍ତ୍ତନ ହୋଇଛି । ଏନେଇ ଇସ୍ରୋ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ଇସ୍ରୋ କହିଛି, ଆଦିତ୍ୟ ଯାନ ଠିକ୍ ଭାବେ କାମ କରୁଛି । ପୃଥିବୀର କକ୍ଷପଥରେ ୧୬ ଦିନ ଧରି ଘୂରିବ ଆଦିତ୍ୟ-ଏଲ୍-୧ । ଏହି ସମୟରେ ୫ ଥର ତାର କକ୍ଷପଥ ବଦଳାଯିବ ।

ପରବର୍ତ୍ତୀ କକ୍ଷପଥ ପରିବର୍ତ୍ତନ ମଙ୍ଗଳବାର ରାତି ୩ଟାରେ ହେବ । ଆଦିତ୍ୟ ଏଲ-ୱାନକୁ ଶନିବାର ଶ୍ରୀହରିକୋଟାର ସତୀଶ ଧୱନ କେନ୍ଦ୍ରରୁ ଉତକ୍ଷେପଣ କରାଯାଇଥିଲା । ୬୩ ମିନିଟର ପ୍ରକ୍ରିୟା ପରେ କକ୍ଷପଥରେ ସ୍ଥାପିତ ହୋଇଥିଲା ଆଦିତ୍ୟ ଯାନ । ଲାଗରେଂଜ ପଏଣ୍ଟରେ ପହଞ୍ଚିବାକୁ ୧୨୫ ଦିନ ସମୟ ନେବ ଆଦିତ୍ୟ । ଏହା ପରେ ସେଠାରେ ରହି ସୂର୍ଯ୍ୟଙ୍କ ଉପରେ ଗବେଷଣା କରିବ । ୫ ବର୍ଷ ପାଇଁ କାର୍ଯ୍ୟ କରିବ ଆଦିତ୍ୟ ।