ଦୁର୍ଘଟଣାକୁ ନେଇ ଆମେରିକା ମାଟିରୁ ବିଜେପି ସରକାରଙ୍କୁ ରାହୁଲ ଗାନ୍ଧୀଙ୍କ ସମାଲୋଚନା । କହିଲେ, ଦୁର୍ଘଟଣାକୁ ନେଇ କେହି ନେଉନାହାନ୍ତି ଉତର ଦାୟିତ୍ୱ

1,243

କନକ ବ୍ୟୁରୋ : ବାହାନଗା ଟ୍ରେନ ଦୁର୍ଘଟଣାକୁ ନେଇ ବର୍ଷିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆମେରିକା ଗସ୍ତରେ ଥିବା ଏହି ନେତା ଭାରତୀୟ ବଂଶୋଦ୍ଭବକୁ ଉଦବୋଧନ ଦେଇଛନ୍ତି । ସେ କହିଛନ୍ତି, କଂଗ୍ରେସ ସରକାର ବେଳେ ଟ୍ରେନ ଦୁର୍ଘଟଣା ହେଲେ ମନ୍ତ୍ରୀ ମାନେ ଉତରଦାୟିତ୍ୱ ନେଉଥିଲେ ଏବଂ ଇସ୍ତଫା ଦେଉଥିଲେ । ଏବେ କିନ୍ତୁ ଉତରଦାୟିତ୍ୱ କେହି ନେଉ ନାହାନ୍ତି ।

ସେହିପରି କଂଗ୍ରେସ କେବେ ଟ୍ରେନ ଦୁର୍ଘଟଣାକୁ ନେଇ ବ୍ରିଟିଶ ସରକାରକୁ ଦାୟୀ କରେନି । କିନ୍ତୁ ଏବେର ଶାସକ ଦଳର ନେତା ଭୁଲକୁ ସ୍ୱୀକାର ନକରି ଅନ୍ୟ ଉପରେ ଦୋଷ ଲଦିବା ପାଇଁ ଚେଷ୍ଟା କରୁଛନ୍ତି ।