କନକବ୍ୟୁରୋ : ଭୁଶୁଡ଼ିଲା ପୁରୀ ରେଳଷ୍ଟେସନ୍ରେ ନବନିର୍ମିତ ଛାତ । ନୂଆ ଛାତ ପଡୁଥିବା ବେଳେ ଭୁଶୁଡ଼ି ପଡ଼ିଥିଲା । ଫଳରେ କାମ କରୁଥିବା ୩ ଜଣ ଶ୍ରମିକ ଆହତ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ଉଦ୍ଧାର କରି ପୁରୀ ବଡ଼ ମେଡିକାଲରେ ଭର୍ତି କରାଯାଇଛି ।

Advertisment

ଆଉ କିଛି ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ସାମିଲ ହୋଇଛନ୍ତି ଅଗ୍ନିଶମ ବାହିନୀ । ପୁରୀ ଷ୍ଟେସନ୍କୁ ବିଶ୍ୱସ୍ତରୀୟ କରିବା ପାଇଁ ନିର୍ମାଣ କାମ କରାଯାଉଛି । ଆଜି କିଛି ଅଂଶରେ ଛାତ ପଉଥିବା ବେଳେ ଭୁଶୁଡ଼ି ପଡ଼ିଥିଲା ।