ବୟସର ଅପରାହ୍ନରେ ବି ସଂର୍ଘଷ ଜାରି .ଭଙ୍ଗା ଘରେ ବିତୁଛି ଜୀବନ । ଚଳିତ ନିର୍ବାଚନରେ ଭୋଟ ନଦେବାକୁ ନେଲେ ନିଷ୍ପତ୍ତି ।

60

କନକବ୍ୟୁରୋ : ମୁଣ୍ଡ ଗୁଞ୍ଜିବାକୁ ଆଶ୍ରା ପାଲଟିଛି ଭଙ୍ଗା ଚାଳିଆ । ନା ମିଳୁଛି ଭତା ଟିକେ ନାଁ କୌଣସି ସରକାରୀ ସାହାଯ୍ୟ ସହଯୋଗ । ପ୍ରତିଥର ନିଜ ଦୂୁଃଖ ଜଣାଉଛନ୍ତି । ହେଲେ ତାଙ୍କୁ କୌଣସି ପ୍ରକାର ସାହାଯ୍ୟ ସହଯୋଗ ମିଳିପାରିନି । ଯାହାଫଳରେ ଚଳିତ ନିର୍ବାଚନରେ ଭୋଟ୍ ବର୍ଜନ କରିବାକୁ ନିଷ୍ପତି ନେଇଛନ୍ତି ଏହି ୬୫ ବର୍ଷୀୟ ପ୍ରଫୁଲ୍ ମନ୍ତ୍ରୀ । ବାଙ୍କୀ ବ୍ଳକ ଓସ୍ତିଆ ଗାଁର ପ୍ରଫୁଲ୍ଲ ଏକ ଗଛ ମୂଳରେ ସାଇକେଲ ମରାମତି କରି ପେଟ ପୋଷୁଛନ୍ତି ।

ବୟସର ଅପରାହ୍ନରେ ପହଂଚି ଗଲେଣି । ହେଲେ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ସାହାଯ୍ୟ ଟିକେ ମିଳିପାରିନି । ଚଳିତଥର ପୁଣି ଥରେ ନିର୍ବାଚନ ଯୋଗୁ ମିଳିଲାଣି ପ୍ରତିଶ୍ରୁତି । ହେଲେ ଜୀବନ ସହ ସଂଘର୍ଷ କରି ବଂଚୁଥିବା ପ୍ରଫୁଲ୍ଲ କିନ୍ତୁ କୌଣସି ହାଲରେ ବି ଭୋଟ୍ ଦେବେନି ବୋଲି ରୋକ୍ ଠୋକ୍ ମନା କରିଦେଇଛନ୍ତି ।