ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀଙ୍କ ବଡ଼ ଦାବି । କହିଲେ, ଦେଢ ଶହ ଆସନରେ ସୀମିତ ରହିଯିବ ବିଜେପି । ସବୁଠି ଉନ୍ନତି କରୁଛି କଂଗ୍ରେସ ।

167

କନକ ବ୍ୟୁରୋ: ଲୋକସଭା ନିର୍ବାଚନରେ ବିଜେପିକୁ ମିଳିବ ୧୫୦ ଆସନ । ଆଜି ଉତ୍ତରପ୍ରଦେଶରେ ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ବିଜେପି ୪୦୦ରୁ ଅଧିକ ଆସନ ଜିତିବ ବୋଲି ଦାବି କରୁଥିବା ବେଳେ ରାହୁଲ କହିିଛନ୍ତି, ୧୫ରୁ ୨୦ ଦିନ ପୂର୍ବରୁ ବିଜେପି ୧୮୦ ଆସନରେ ଜିତିବ ବୋଲି ସେ ଭାବୁଥିଲେ । କିନ୍ତୁ ବିଭିନ୍ନ ରାଜ୍ୟରୁ ଆସୁଥିବା ରିପୋର୍ଟ ଅନୁସାରେ କଂଗ୍ରେସ ଉନ୍ନତି କରିଛି । ଏବେ ବିଜେପି ୧୫୦ ଆସନ ପାଇବ ବୋଲି ଆଳକନ କରିଛନ୍ତି ରାହୁଲ । ତେବେ ଉତରପ୍ରଦେଶର ଆମେଠି ଏବଂ ରାଇବରେଲି ଆସନରୁ ଲଢିବା ଉପରେ ପଚରାଯାଇଥିବା ପ୍ରଶ୍ନର ଉତରରେ ରାହୁଲ କହିଛନ୍ତି, ଏହା ବିଜେପିର ପ୍ରଶ୍ନ । ଯାହା ଦଳ ନିଷ୍ପତ୍ତିି ନେବେ ସେ ତାକୁ ପାଳନ କରିବେ ।