ମାଲକାନଗିରି ସୀମା ଛତିଶଗଡ ଜଙ୍ଗଲରେ ପୁଣି ସକ୍ରିୟ ମାଓବାଦୀ । ଯବାନଙ୍କ ସହ ଗୁଳିବିନିମୟରେ ନିପାତ ହେଲେ ୭ ମାଓବାଦୀ

114

କନକବ୍ୟୁରୋ : ଛତିଶଗଡ ଜଙ୍ଗଲରେ ଚାଲିଛି ଜୋରଦାର ମାଓ ଦମନ ଅପରେସନ୍ । ନାରାୟଣପୁରର ଅବୁଝମାଣ୍ଡ ଅଂଚଳରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଏଥିରେ ୭ ମାଓବାଦୀ ନିପାତ ହୋଇଥିବାର ସୂଚନା ମିଳିଛି । ଘଟଣା ସ୍ଥଳରୁ ଟୋଟିଏ ଏକେ ଫୋର୍ଟିସେଭେନ୍ ବନ୍ଧୁକ ସହ ବିପୁଳ ମାତ୍ରାରେ ଗୁଳିଗୋଳା ଜବତ ହୋଇଛି ।

ଛତିଶଗଡ ଓ ମହାରାଷ୍ଟ୍ରର ସୀମାବର୍ତି ଅଂଚଳ ଟେକ୍ମେଟା ଓ କାକୁର ଜଙ୍ଗଲରେ ହୋଇଥିଲା ମୁହାଁମୁହିଁ ହୋଇଥିଲେ ନକ୍ସଲ୍ ଓ ସୁରକ୍ଷାକର୍ମୀ । ଡିଆରଜି ଓ ଏସ୍ଟିଏଫ୍ର ମିଳିତ ଟିମ୍ ଦ୍ୱାରା ସୋମବାର ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ୍ ।