ଗଞ୍ଜାମରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାରାତାରିଣୀ ପୀଠରେ ମା’ଙ୍କୁ ଦର୍ଶନ ପରେ ଦାଖଲ କରିବେ ନାମାଙ୍କନପତ୍ର ।

102

କନକ ବ୍ୟୁରୋ : ଗଞ୍ଜାମରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲିକପ୍ଟର ଯୋଗେ ଗଞ୍ଜାମରେ ପହଞ୍ଚିବା ପରେ ସିଧାସଳଖ ତାରାତାରିଣୀ ମନ୍ଦିର ଅଭିମୁଖେ ବାହାରିଛନ୍ତ ମୁଖ୍ୟମନ୍ତ୍ରୀ । ସେଠାରେ ତାରାତାରିଣୀଙ୍କୁ ଦର୍ଶନ କରିବା ପରେ ହିଞ୍ଜିଳି ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିବେ ନବୀନ ।

ଦଳୀୟ ସମର୍ଥକ ଓ ନେତାଙ୍କୁ ନେଇ ଛତ୍ରପୁରରେ ନାମାଙ୍କନ ଦାଖଲ କରିବା ପରେ ବିଭିନ୍ନ ନିର୍ବାଚନ ମଣ୍ଡଳୀ ଯାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ମେ ୨୦ରେ ଦ୍ୱିତୀୟ ପର୍ଯ୍ୟାୟରେ ହିଞ୍ଜିଳି ଆସନ ପାଇଁ ମତଦାନ ହେବାକୁ ଥିବା ବେଳେ ଷଷ୍ଠ ଥର ପାଇଁ ନବୀନ ଏଠାରୁ ନିର୍ବାଚନ ଲଢ଼ୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନାମାଙ୍କନପତ୍ର ଦାଖଲ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ୍ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଦକ୍ଷିଣାଞ୍ଚଳ ଆଇଜି ଓ ଗଂଜାମ ଏସପି ଅସ୍ଥାୟୀ ହେଲିପ୍ୟାଡ ଅଂଚଳ, ଛତ୍ରପୁର ଉପଜିଲ୍ଲାପାଳ ଅଫିସ୍ ଓ ସହରର ବିଭିନ୍ନ ଇଲାକାରେ ତଦାରଖ କରିଥିଲେ । ସୁରକ୍ଷାର କଡ଼ା ବ୍ୟବସ୍ଥା କରାଯାଇଛି ।