ଓଡିଆ ରାପରଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ ଆମ ସଂସ୍କୃତି ପରମ୍ଫରା ନେଇ ପ୍ରସ୍ତୁତ ହୋଇଛି ଗୀତ ।

39

କନକବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି ରାପର ପ୍ରୟାସ ବହିଦାର । ସମ୍ବଲପୁରର ସଂସ୍କୃତି, ପରମ୍ପରା, ପର୍ଯ୍ୟଟନକୁ ନେଇ ଏହି ରାପ ସଙ୍ଗ ପ୍ରସ୍ତୁତ ହୋଇଥିବା ବେଳେ ଏହାକୁ ଗାଇଛନ୍ତି ପ୍ରୟାସ । ଏଥିରେ କଳାକାର ଥିବା ଅଭ୍ରଦ୍ୟୁତି ପରିଡ଼ା, ସଂଗୀତକାର ପଦ୍ମଲୋଚନ ବେହେରା ଓ ଭିଡିଓଗ୍ରାଫର କ୍ଷୀତୀଶ କୁଅଁର ମଧ୍ୟ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି । କେନ୍ଦ୍ରମନ୍ତ୍ରୀ ଏହି ରାପ ସଙ୍ଗର ଭିଡିଓକୁ ଦେଖିବା ପରେ ଏହାକୁ ଖୁବ ପ୍ରଶଂସା ମଧ୍ୟ କରିଛନ୍ତି । ଏହି ଗୀତ ଯୁବପିଢ଼ିଙ୍କ ସହ ପ୍ରତି ବର୍ଗର ଲୋକଙ୍କୁ ପସନ୍ଦ ଆସିବ ବୋଲି କହିଛନ୍ତି ଧର୍ମେନ୍ଦ୍ର୍ର ପ୍ରଧାନ ।