ରାତିରେ ଚାଲିଛି ପ୍ରଚାର । ରୋଡ ସୋ ସଭା ସମିତି ବାଇକ ରାଲି କରି ପ୍ରଚାର କରୁଛନ୍ତି ନବରଙ୍ଗପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ।

71

କନକବ୍ୟୁରୋ : ଦିନରେ ପ୍ରବଳ ଖରା ହେଉଥିବାରୁ ରାତିରେ ଚାଲିଛି ପ୍ରଚାର । ନିର୍ବାଚନ କମିଶନଙ୍କ ନିଦ୍ଦେଶ ମାନି ରାତିରେ ପ୍ରଚାର କରୁଛନ୍ତି ନବରଙ୍ଗପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ । ଉମରକୋଟ ବିଜେଡି ବିଧାୟିକା ପ୍ରାର୍ଥୀ ନବୀନା ନାୟକଙ୍କ ସହ ମିଶି ରାତିରେ ଶୋଭାଯାତ୍ରା କରିଛନ୍ତି । ଶହ ଶହ ସମର୍ଥକଙ୍କୁ ଧରି ବାଇକ ରାଲି କରିଛନ୍ତି । ଏହାଛଡ଼ା ଘର ଘର ବୁଲୁଛନ୍ତି ଏବଂ ଲୋକଙ୍କୁ ଭୋଟ ଭିକ୍ଷା ମଧ୍ୟ କରୁଛନ୍ତି । ସଭା ସମିତି କରି ଲୋକଙ୍କୁ ନିଜ ସପକ୍ଷରେ ଭୋଟ ଦେବାକୁ କହୁଛନ୍ତି ।