ସୁପ୍ରିମକୋର୍ଟରେ ‘ମୋଦୀ’ ସାଙ୍ଗିଆ ମାମଲା । ଋାହୁଲଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ସର୍ବୋଚ୍ଚ କୋର୍ଟ

427

କନକ ବ୍ୟୁରୋ : ମୋଦୀ ସାଙ୍ଗିଆ ମାମଲାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏବେ ସୁଦ୍ଧା ଆଶ୍ୱସ୍ତି ମିଳିପାରୁନି । ସୁରଟ ଓ ଗୁଜରାଟ କୋର୍ଟଙ୍କଠୁ ନିରାଶ ହେବା ପରେ କଂଗ୍ରେସ ନେତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆବେଦନ ଉପରେ ଜୁଲାଇ ୨୧ରେ ଶୁଣାଣି କରିବେ ସୁପ୍ରିମକୋର୍ଟ । ଗୁଜରାଟର ତଳ କୋର୍ଟ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ନେଇ ଯେଉଁ ରାୟ ଶୁଣାଇଛନ୍ତି ତା ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ରାହୁଲ । ନିକଟରେ ଗୁଜରାଟ ହାଇକୋର୍ଟ ତଳ କୋର୍ଟଙ୍କ ରାୟକୁ ବଳବତର ରଖିବା ପରେ ନିରାଶ ହୋଇଥିଲେ ରାହୁଲ । ଏହାପରେ ସେ ଦେଶର ସର୍ବୋଚ୍ଚ ନ୍ୟାୟଳୟର ଦ୍ୱାରସ୍ଥ ହୋଇଛନ୍ତି । ରାହୁଲଙ୍କ ସହ କଂଗ୍ରେସ ଦଳ ଆଶା ରଖିଛି ଯେ ସୁପ୍ରିମକୋର୍ଟରୁ ତାଙ୍କୁ ଆଶ୍ୱସ୍ତି ମିଳିପାରେ ।

ରାହୁଲ ଗାନ୍ଧୀ ନିଜ ଆବେଦନରେ କହିଛନ୍ତି: ନିଜ ଭାଷଣରେ ମୋଦୀ ସାଙ୍ଗିଆକୁ ଅପମାନ କରିବା ଭଳି ସେ କୌଣସି ଟିପ୍ପଣୀ ଦେଇନାହାଁନ୍ତି । ତେଣୁ ହାଇକୋର୍ଟଙ୍କ ନିଷ୍ପତି ଉପରେ ରୋକ ଲଗାଇବା ଜରୁରୀ । ନଚେତ ଏହା ଲୋକତନ୍ତ୍ରକୁ ଦୁର୍ବଳ କରିବ । ଦେଶର ରାଜନୈତିକ ମାହୋଲ ଓ ଭବିଷ୍ୟତ ଗମ୍ଭୀର ଭାବେ କ୍ଷତିଗ୍ରସ୍ତ ହେବ ।

ଯଦି ସୁପ୍ରିମକୋର୍ଟ ଦୁଇ ବର୍ଷର ରାୟ ନିର୍ଦ୍ଦେଶକୁ ଖାରଜ ନକରନ୍ତି ତାହେଲେ ରାହୁଲ ସାଂସଦ ପଦ ଫେରିପାଇପାରିବେ ନାହିଁ କିମ୍ବା ପରବର୍ତୀ ନିର୍ବାଚନ ଲଢି ବି ପାରିବେ ନାହିଁ । ।