ସାହାରା ଇଣ୍ଡିଆ ଜମାକାରୀ ଫେରି ପାଇବେ ଟଙ୍କା । ରିଫଣ୍ଡ ପୋର୍ଟାଲର ଉଦଘାଟନ କଲେ ଗୃହମନ୍ତ୍ରୀ ଅମିତ ଶାହା

1,535

କନକ ବ୍ୟୁରୋ : ବର୍ଷ ବର୍ଷ ଧରି ହତାଶ ହୋଇ ରହିଥିବା ସାହାରା ଚିଟଫଣ୍ଡ ଜମାକାରୀ ଫେରି ପାଇବେ ଟଙ୍କା । ଦୀର୍ଘ ଦିନ ପରେ ସୃଷ୍ଟି ହୋଇଛି ଏହି ଆଶା । କେନ୍ଦ୍ର ସରକାର ଏଥିପାଇଁ ଆରମ୍ଭ କରିଛନ୍ତି ବ୍ୟବସ୍ଥା । ଗୃହମନ୍ତ୍ରୀ ଅମିତ ଶାହ ରିଫଣ୍ଡ ପୋର୍ଟାଲର ଉନ୍ମୋଚନ କରିଛନ୍ତି । ଦିଲ୍ଲୀରେ ଅଟଳ ଉର୍ଜା ଭବନରେ ଏହାର ଶୁଭାରମ୍ଭ ହୋଇଛି । ଉନ୍ମୋଚନ ହେବାକୁ ଥିବା ପୋର୍ଟାଲ ବା ୱେବସାଇଟରେ ଜମାକାରୀ କିଭଳି ଟଙ୍କା ଫେରିପାଇବେ ସେ ବାବଦରେ ଉଲ୍ଲେଖ ରହିଛି । ଆବଶ୍ୟକ ସ୍ଥାନରେ ତଥ୍ୟ ପ୍ରଦାନ କରି ଜମାକାରୀ ନିଜ ଟଙ୍କା ପାଇଁ ଦାବି କରିବେ । ଦେଶର ଅନେକ ଲୋକଙ୍କ ଟଙ୍କା ସାହାରରେ ଫଶି ରହିଛି । ନିବେଶ ଅବଧି ପୂରଣ ହୋଇଥିଲେ ମଧ୍ୟ ଜମାକାରୀ ଟଂକା ଫେରିପାଇ ନାହାନ୍ତି । ଓଡିଶା, ବିହାର, ଝାଡଖଣ୍ଡ, ଉତର ପ୍ରଦେଶ ଏବଂ ମଧ୍ୟପ୍ରଦେଶ ଭଳି ସ୍ଥାନଗୁଡିକର ଲୋକ ସାହାରା ଇଣ୍ଡିଆରେ ଅଧିକାଂଶ ଜମା କରିଛନ୍ତି । କିଭଳି ବୁଡି ଯାଇଥିବା ଟଂକା ଫେରିପାଇବେ ସେ ନେଇ କେନ୍ଦ୍ର ସରକାରଙ୍କ ନିକଟରେ ଲୋକେ ଅପିଲ କରିଥିଲେ । ଏହାପରେ କେନ୍ଦ୍ର ସରକାର ଏହି ରିଫଣ୍ଡ ପୋର୍ଟାଲ ବାବଦରେ ନିଷ୍ପତି ନେଇଛନ୍ତି ।