କେଉଁଠି ଶୁଖିଛି, କେଉଁଠି ବର୍ଷୁଛି ! ଜଳ ଯନ୍ତ୍ରଣାର ଏକାଧିକ ଚିତ୍ର

51

କନକ ବ୍ୟୁରୋ : ପାଣିର ସତରେ କେତେ କାହାଣୀ । ଯେଉଁଠି ସଙ୍କଟ ସେଠି ସମସ୍ୟା, ଯେଉଁଠି ପ୍ରବଳ ସେଠି ବି ସମସ୍ୟା । ହୁଏତ, ଏଥିପାଇଁ କୁହନ୍ତି ଜଳ ବହୁଳେ ସୃଷ୍ଟିନାଶ । ଜଳ ବିହୁନେ ସୃଷ୍ଟି ନାଶ । ଗୋଟିଏ ରାଜ୍ୟ ଭିନ୍ନ ଭିନ୍ନ କାହାଣୀ । ଯେଉଁଠି ପ୍ରବଳ ବର୍ଷା ଯୋଗୁଁ ପୋଲ ଉପରେ ପାଣି ଚାଲୁଛି । ଆଉ କେଉଁଠି ପିଇବା ପାଇଁ ପାଇଁ ଟହଳ ବିକଳ ।

ତିନୋଟି ଚିତ୍ର, ଗୋଟିଏ ଦୁଃଖ । ଆସ୍କାରେ ମୌସୁମୀ ବର୍ଷା ଦେଖି ଚାଷୀ, ଚାଷ କାମ ଆରମ୍ଭ କରି ତଳି ପକାଇ ଥିଲା । ହେଲେ ଆବଶ୍ୟକ ମୁତାବକ ବର୍ଷା ଅଭାବରୁ ଅନେକ ସ୍ଥାନରେ ତଳି ହଳଦିଆ ହୋଇପଡ଼ିଛି । ଯଦି ଆଗକୁ ଏମିତି ଅବସ୍ଥା ରହିବ, ତେବେ କ’ଣ ହେବ ସେ ଚିନ୍ତାରେ ଚାଷୀ । ଗଜପତିରେ ପିଇବା ପାଣି ପାଇଁ ଡ଼ହଳବିକଳ । ୧୪ ନମ୍ବର ୱାର୍ଡରେ ୪ଟି ନଳକୂପ ଥିବା ବେଳେ ସବୁଯାକ ଅଚଳ ହୋଇ ରହିଛି । ଯେଉଁଥି ପାଇଁ ଲୋକେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି । ସେପଟେ ରାୟଗଡ଼ ବ୍ଲକ ଲାଇଲାଇ ଗାଁରେ ଗାଁରେ ଯେଉଁ ଦୁଇଟି ନଳକୂପ ଅଛି, ସେଥିରୁ ମଇଳା ପାଣି ବାହାରୁଛି । ଫଳରେ ଝରଣା ପାଣି ଏକମାତ୍ରା ସାହାରା ।

ଏସବୁ ଭିତରେ ଗୋଟିଏ ଲଘୁଚାପ ଦୁର୍ବଳ ନହେଉଣୁ, ଆଉ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ୧୯ରୁ ୨୨ ତାରିଖ ଯାଏଁ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଜୁନ ପହିଲାରୁ ୨୦% କମ୍ ବର୍ଷା ହୋଇଛି । ଏହି ସମୟ ମଧ୍ୟରେ ରାଜ୍ୟରେ ସ୍ୱାଭାବିକ ଭାବେ ୩୮୨. ୮ ମିଲିମିଟର ହେବା କଥା । କିନ୍ତୁ ବର୍ଷା ହୋଇଛି ୩୦୭.୮ ମିିଲିମିଟର ।