ଅଲିମ୍ପିକ ଆସୋସିଏସନ ଓ କୁସ୍ତି ଯୋଦ୍ଧା ସଂଘ ମୁହାଁମୁହିଁ : ପିଟି ଉଷାଙ୍କ ମନ୍ତବ୍ୟ ପରେ ତେଜୁଛି ଅସନ୍ତୋଷ ; କହିଲେ…

251

କନକ ବ୍ୟୁରୋ : ଜାରି ରହିଛି କୁସ୍ତି ଯୋଦ୍ଧାଙ୍କ ଧାରଣା । ଏବେ ୬ ଦିନରେ ପହଞ୍ଚିଲାଣି ଧାରଣା । ଏହାରି ଭିତରେ ଅଲିମ୍ପିକ ଆସୋସିଏସନ ଓ କୁସ୍ତି ଯୋଦ୍ଧା ସଂଘ ମୁହାଁମୁହିଁ ହୋଇଛନ୍ତି । ଆଇଓଏ ସଭାପତି ପିଟି ଉଷାଙ୍କ ମନ୍ତବ୍ୟ ପରେ ଏହିଭଳି ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ମହିଳା କୁସ୍ତି ଯୋଦ୍ଧାଙ୍କ ଆନ୍ଦୋଳନ ଯୋଗୁଁ ଦେଶର ଭାବମୂର୍ତ୍ତି ଖରାପ ହେଉଛି । ବିଶ୍ୱ ସ୍ତରରେ ଭାରତର ଏକ ସ୍ୱତନ୍ତ୍ର ପରିଚୟ ଥିବା ବେଳେ ଏହିଭଳି ନକାତ୍ମକ ପ୍ରଚାର ଆଦୌ ଭଲ ନୁହେଁ ବୋଲି କହିଛନ୍ତି ପିଟି ଉଷା ।

ଯୌନ ନିର୍ଯାତନା ଅଭିଯୋଗର ତଦନ୍ତ ପାଇଁ ଆଇଓଏର ଏକ କମିଟି ରହିଛି ଓ ଆଥଲେଟ୍ସ କମିଶନ ଅଛି । ହେଲେ କୁସ୍ତି ଯୋଦ୍ଧାମାନେ ଆମ ପାଖକୁ ଆସିବା ପରିବର୍ତ୍ତେ ପୁଣି ଥରେ ରାସ୍ତାକୁ ବାହାରିବା ସମ୍ପୂର୍ଣ ଭାବେ ବିଶୃଙ୍ଖଳିତ ଆଚରଣକୁ ଦର୍ଶାଉଛି । ଦେଶର ଆଇନ ପରିସରରେ ରହିି ଅଭିଯୋଗ ଉପସ୍ଥାପନ କରିବା ଜରୁରୀ ବୋଲି କହି ଉଷା କହିଛନ୍ତି । ଯାହାକୁ ନେଇ ବିବାଦ ଆହୁରି ବଢିବାରେ ଲାଗିଛି ।