ଆଇଏଏସ ହେବାକୁ ଦିବ୍ୟାଙ୍ଗଙ୍କ ଜୋସ୍ । ସିଙ୍ଗଡ଼ା ବିକୁଛନ୍ତି, ପାଠ ପଢୁଛନ୍ତି

162

କନକ ବ୍ୟୁରୋ : କୁହାଯାଏ ଇଚ୍ଛାଥିଲେ ଉପାୟ ଆପେ ଆପେ ଆସିଯାଏ । ପଙ୍କରୁ ପଦ୍ମ ଫୁଟିବା ପରି , ସଂଘର୍ଷମୟ ଜୀବନ ନୁଆ ଆଶା ଆଣିଦିଏ । ଯଦି କୌଣସି ବ୍ୟକ୍ତି ଭିତରେ ଆଗ୍ରହ ଥାଏ , ତେବେ ସେ ସବୁଠାରୁ ବଡ଼ ଆହ୍ୱାନକୁ ମଧ୍ୟ ଦୂର କରିଯାଏ । ସେଥିପାଇଁ କୁହାଯାଏ ଯେଉଁମାନେ ଚେଷ୍ଟା କରନ୍ତି ସେମାନେ କେବେ ହାରନ୍ତି ନାହିଁ । ଅନେକ ଥର ଆମେ ଏଭଳି କାହାଣି ଶୁଣିଥାଉ ଏବଂ ଅନେକ ଥର ଏଭଳି ଘଟଣା ଆମକୁ ଦେଖିବାକୁ ମିଳିଥାଏ । ଯାହା ଆମ ଦୈନନ୍ଦିନ ଜୀବନରେ ପ୍ରେରଣା ଯୋଗଇଥାଏ । ଅନେକ ସମୟରେ ଏହା ମଧ୍ୟ ଦେଖିବାକୁ ମିଳିଥାଏ କି ଆର୍ଥିକ ସଙ୍କଟ କିପରି ସଫଳତାର ଚଲାପଥରେ ବାଧକ ପରି ଛିଡା ହୋଇଯାଏ । ମାତ୍ର କିଛି ଲୋକଙ୍କ ଅକ୍ଳାନ୍ତ ପରିଶ୍ରମ ଏବଂ ନିଷ୍ଠାପର ଚେଷ୍ଟା ସେମାନଙ୍କୁ ସେମାନଙ୍କର ଲକ୍ଷସ୍ଥଳରେ ପହଂଚାଇଥାଏ । ଅନେକ ଲୋକ ଅକ୍ଷମ , ସେମାନଙ୍କ ପାଇଁ ଜୀବନର ଯେ ସମାପ୍ତି ଘଟିଯାଇଛି ଏବଂ ସେମାନେ ଯେ ମୂଲ୍ୟହୀନଏପରି ଚିନ୍ତାଧାରା ନେଇ ଚାଲୁଥିବା ବେଳେ ଏହା ଯେ କେବଳ ଲୋକଙ୍କ ଦୃଷ୍ଟି କୋଣ ।

ଯଦି ଜଣେ ବ୍ୟକ୍ତି ତାଙ୍କ ମନରେ ସ୍ଥିର , ତେବେ ସେ କିଛି ବି କରିପାରିବେ ଯାହାର ଉଦାହରଣ ଦେଖିବାକୁ ମିଳିଛି ଏକ ଦିବ୍ୟାଙ୍ଗଙ୍କ କ୍ଷେତ୍ରରେ । ନିଜ ଅକ୍ଷମତାକୁ ସେ ସକ୍ଷମତାରେ ପରିଣତ କରି ମନ ଭିତରେ ବାନ୍ଧିଛନ୍ତି ସଫଳତା ପାଇବାର ଦୃଢ ବସା । ଅକ୍ଷମ ହେବା ସତ୍ୱେ ମନ ଭିତରେ ରହିଛି ଜଣେ ଆଇଏଏସ ଅଫିସର ହେବାର ନିଶା । ଆର୍ଥିକ ଅବସ୍ଥା ତାଙ୍କ ସଫଳତାର ପାହାଚରେ ସାଜିଛି ବାଧକ । ମାତ୍ର ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏହି ଦିବ୍ୟାଙ୍ଗଙ୍କ କାହାଣୀ ଦେଖିଲେ ଆପଣ ବି କହିବେ ଇଚ୍ଛା ଶକ୍ତି ଆଗରେ ହାର ମାନେ ସମସ୍ତ ବାଧାବିଘ୍ନ ।

ଏହି କାହାଣୀ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କର । ଯିଏକି ଜଣେ ଆଇଏଏସ ଅଧିକାରୀ ହେବା ପାଇଁ ଅନେକ ସ୍ୱପ୍ନ ଦେଖିଛନ୍ତି । ମାତ୍ର ତାଙ୍କ ସ୍ୱପ୍ନ ଆଗରେ ବାଧକ ସାଜି ପାଚେରୀ ସଦୃଶ ଚିଡା ହୋଇଛି ଅର୍ଥର ଆବଶ୍ୟକତା । ନିଜ ସ୍ୱପ୍ନକୁ ପୂରଣ କରିବା ପାଇଁ ସେ ରାସ୍ତା ପାଶ୍ୱର୍ରେ ସିଙ୍ଗଡ଼ା ବ୍ୟବସାୟ କରିବା ଆରମ୍ଭ କରିଛନ୍ତି । ନାଗପୁରର ଯୁବକ ସୁରଜ । ପରିବାରର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ନିଜର ପାଠପଢା ଖର୍ଚ୍ଚ ଉଠାଇବା ପାଇଁ ସେ ବୁଲି ବୁଲି ସିଙ୍ଗଡା ବିକ୍ରି କରୁଛନ୍ତି ।

ଏହି ଭିଡିଓଟିକୁ ଜଣେ ଫୁଡ୍ ବ୍ଲଗର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ସ୍ୱାଦଅଫିସିଆଲ୍ ନାମ ଏକ ଆକାଣ୍ଟରୁ ଏହି ଭିଡିଓଟିକୁ ପୋଷ୍ଟ କରାଯାଇଛି । ଏହି ଭିଡିଓଟି ଦେଖିଲେ ଆପଣ ବି ନିଶବ୍ଦ ହୋଇଯିବେ । ଏହି ଭିଡିଓଟି ନାଗପୁରର ଏବଂ ଏହି ଭିଡିଓରେ ଦେଖାଯାଉଥିବା ବ୍ୟକ୍ତି ଜଣଙ୍କ ଦିବ୍ୟାଙ୍ଗ । ସେ କିଭଳି ଏକ ତିନି ଚକିଆ ସାଇକେଲ୍ ରେ ବୁଲି ବୁଲି ମାତ୍ର ୧୫ଟଙ୍କା ରେ ସିଙ୍ଗଡା ବିକ୍ରି କରୁଛନ୍ତି । ସୁରଜ ପ୍ରତିଦିନ ନିଜ ହୁଇଲଚେୟାରରେ ବସି ସିଙ୍ଗଡା ବିକ୍ରି କରୁଛନ୍ତି । ସୁରଜ ଜଣେ ବିଏସସି ଗ୍ରାଜୁଏଟ୍ ଛ।ତ୍ର । ଅନେକ ଚେଷ୍ଟା କରି ମଧ୍ୟ ଭଲ ଚାକିରିଟିଏ ପାଇଲେ ନାହିଁ ସୁରଜ । ଆର୍ଥିକ ଅଭାବ ତାଙ୍କ ସ୍ୱପ୍ନରୁ ତାଙ୍କୁ ବହୂଦୂରକୁ ନେଇଯାଉଥିବା ବେଳେ ଏଭଳି ପ୍ରୟାସ ଆରମ୍ଭ କରିଛନ୍ତି ସୁରଜ । ଅନ୍ୟପଟେ ସୁରଜ କୁହନ୍ତି, ସିଙ୍ଗଡା ବ୍ୟବସାୟ କରି ଯେତିକି ଅର୍ଥପ୍ରାପ୍ତ ହେଉଛି ସେହି ଟଙ୍କାରେ ସେ ଆଇଏଏସ୍ ଅଧିକାରୀ ହେବା ପାଇଁ ପ୍ରସ୍ତୁତି କରୁଛନ୍ତି । ଶାରୀରିକ ଭାବେ ଅକ୍ଷମ ସୁରଜ ମାତ୍ର ତାଙ୍କ ଅକ୍ଷମତା କେବେ ତାଙ୍କୁ ସକ୍ଷମ ହେବାରେ ରୋକ ଲଗାଇ ନାହିଁ । ଅନ୍ୟପଟେ ଏହି ଭିଡିଓଟି ଦର୍ଶକ ମାନଙ୍କୁ ବେଶ୍ ପସନ୍ଦ ଆସିଥିବା ବେଳେ ଏହି ଭିଡିଓରେ ୩ଲକ୍ଷରୁ ଅଧିକ ଭିୟୁଜ୍ ରହିଛି । ଜୀବନରେ ଅକ୍ଷମତା ଆପଣଙ୍କ ଆତ୍ମନିର୍ଭରଶୀଳ ହେବା ଶିଖଅଇଥାଏ, ତାହା ସୁରଜଙ୍କୁ ଦେଖିଲେ ଆପଣ ନିଶ୍ଚୟ ଜାଣିପାରିବେ ।