ଅଗ୍ନିପଥ ଯୋଜନାକୁ ନେଇ ବଢୁଛି ବିରୋଧ: ବିହାର ସମେତ ବିଭିନ୍ନ ରାଜ୍ୟରେ ଆନ୍ଦୋଳନ ସହ ଜୋରଦାର ବିକ୍ଷୋଭ

204

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ସ୍କିମକୁ ନେଇ ବିହାରରେ ହିଂସା । ବିହାରରେ ଉତ୍ୟକ୍ତ ପ୍ରତିବାଦକାରୀମାନେ ଭଭୁଆ ରୋଡ୍ ରେଳ ଷ୍ଟେସନରେ ଇଂଟରସିଟି ଏକ୍ସପ୍ରେସରେ ଝରକା କାଚକୁ ପିଟି ଭାଙ୍ଗି ପକାଇବା ସହ ଗୋଟାଏ ବଗିରେ ନିଆଁ ଲଗାଇ ଦେଇଥିଲେ । ଏବେ ଏହି ହିଂସା ବଢ଼ୁଥିବା ଦେଖି ପୂର୍ବ କେନ୍ଦ୍ରୀୟ ରେଳବାଇର ୨୨ଟି ଟ୍ରେନ୍ ବାତିଲ ହୋଇଛି ଏବଂ ୨୯ଟି ଟ୍ରେନ୍ ପ୍ରଭାବିତ ହୋଇଛି । ଏହା ବ୍ୟତୀତ ୫ଟି ଟ୍ରେନର ସମୟ ବଦଳାଇ ଦିଆଯାଇଛି ।ରେଳ ଧାରଣା ଉପରେ ଆସବାପତ୍ର ପକାଇ ପ୍ରତିବାଦକାରୀ ନିଜର ଅସନ୍ତୋଷ ଜାହିର କରିଛନ୍ତି । ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ସାଧାରଣ ଜନତା ଓ ପୁଲିସ ମୁହାଁମୁହିଁ ଆହତ ହୋଇଛନ୍ତି । ରେଳ ରାସ୍ତା ଫାଙ୍କା କରିବା ଲାଗି ପୁଲିସ ପ୍ରତିବାଦକାରୀମାନଙ୍କୁ ତଡ଼ି ଦେବାକୁ ଉଦ୍ୟମ କରୁଥିବା ବେଳେ ଗଣ୍ଡଗୋଳ ଘଟିଥିଲା ।

ସରକାର କହିଛନ୍ତି, ଅଗ୍ନିବୀରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ସେମାନଙ୍କୁ ଆର୍ôଥକ ପ୍ୟାକେଜ ଓ ବ୍ୟାଙ୍କରୁ ଋଣ ଯୋଗାଇ ଦିଆଯିବ । ଏହାଦ୍ୱାରା ସେମାନେ ନୂଆ ଉଦ୍ୟୋଗ ଆରମ୍ଭ କରିପାରିବେ । ସେହିପରି ସେମାନଙ୍କୁ କେନ୍ଦ୍ରୀୟ ଆର୍ମଡ ଫୋର୍ସ ଓ ରାଜ୍ୟ ପୁଲିସ୍ ବିଭାଗରେ ଗୁରୁତ୍ୱ ଦିଆଯିବ । ଏହାବାଦ ବିଭିନ୍ନ କ୍ଷେତ୍ରରେ ଅଗ୍ନିବୀରଙ୍କୁ ଚାକିରି ସମୟରେ ଅଗ୍ରାଧିକାର ଦିଆଯିବ ବୋଲି ସରକାର ସଫେଇ ରଖିିଛନ୍ତି । ଏହି ଯୋଜନାକୁ ନେଇ କିଛି ପୂର୍ବତନ ସେନା ଅଧିକାରୀମାନେ ଆଶଙ୍କା କରିଥିଲେ ଯେ ରେଜିମେଂଟ ବାଇଡିଂ ପ୍ରଭାବିତ ହେବ । ହେଲେ ଏପରି ଆଶଙ୍କାକୁ ଖାରଜ କରିଛନ୍ତି ସରକାର । ରେଜିମେଂଟ ବ୍ୟବସ୍ଥାରେ କୌଣସି ପରିବର୍ତନ ହେବନି । ନୂଆ ଯୋଜନା ଏହି ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ । ଅଗ୍ନିବୀରଙ୍କ ପାଇଁ ସେନା ଆହୁରି ଶକ୍ତିଶାଳୀ ହେବ ବୋଲି ସରକାର କହିଛନ୍ତି ।

ଅଗ୍ନିପଥ ଯୋଜନା ସେନା ବାହିନୀର ପ୍ରଭାବକୁ ପ୍ରଭାବିତ କରିବ ବୋଲି ଯେଉଁ ଅଭିଯୋଗ ଆସିଛି ତାହାର କୌଣସି ଆଧାର ନାହିଁ ବୋଲି ସରକାର କହିଛନ୍ତି । ସାରା ଦୁନିଆରେ ଯୁବଗୋଷ୍ଠୀଙ୍କ ଉପରେ ସେନା ନିର୍ଭର କରୁଛି । ତେଣୁ ୨୧ ବର୍ଷ ବୟସର ଯୁବଗୋଷ୍ଠୀ ସେନାରେ କାମ କରିପାରିବା ଉପରେ ଯେଉଁ ପ୍ରଶ୍ନ ଉଠୁଛି ତାହାର ଆଧାର ନାହିଁ ବୋଲି ସରକାର କହିଛନ୍ତି । ସେହିପରି ଏହି ଯୁବ ଗୋଷ୍ଠୀ ଅବସର ନେବା ପରେ ଆର୍ଥିକ ଲାଭ ପାଇଁ ଆତଙ୍କବାଦୀଙ୍କ ସହ ହାତ ମେଳାଇପାରନ୍ତି ବୋଲି ସରକାର କହିଛନ୍ତି । ଏପରି ହେଲେ ଏହା ଭାରତୀୟ ସେନାର ମୂଳ ନୀତି ଓ ଆଦର୍ଶର ଅପମାନ ବୋଲି ସରକାର କହିଛନ୍ତି । ଉଦାହରଣ ଦେବାକୁ ଯାଇ ସରକାର କହିଛନ୍ତି, ଅନେକ ଅବସର ପ୍ରାପ୍ତ ସେନା ଅଧିକାରୀମାନେ ସବୁଥିରେ ପାରଙ୍ଗମ । ହେଲେ ସେମାନେ କେବେ ହେଲେ ଦେଶ ବିରୋଧୀ ସଂଗଠନରେ ସାମିଲ ହେଉଥିବାର ନଜିର ନାହିଁ ।